ଓଡ଼ିଶା

ଗୁଳି ଫୁଟାଇ ଧମକାଇଲେ, ଗିରଫ କଲା ପୋଲିସ

ଉଦଳା: ବନ୍ଧୁକ ଦେଖାଇ ଧମକାଇଲେ । ଗୁଳି ଫୁଟାଇ ଗିରଫ ହେଲେ ଯୁବକ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ନଛିପୁର ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ନଛିପୁର ଗ୍ରାମର ପୂଜା ସିଂଙ୍କ ଝିଅ ଏବଂ ଭଉଣୀ ଗ୍ରାମ ନିକଟରେ ଏକ ଗଛ ମୂଳରେ ଛିଡା ହୋଇ କୋଳି ଖାଉଥିଲେ । ଏହି ସମୟରେ ଉକ୍ତ ଗ୍ରାମର କାଳିଆ ସେନାପତି ସେଠାରେ ପହଞ୍ଚି ଉଭୟଙ୍କୁ ଗାଳି ଗୁଲଜ କରିବା ସହ ଏକ ଦେଶୀ ବନ୍ଧୁକ ଦେଖାଇ ଭୟଭୀତ କରିଥିଲା । ଧମକ ମଧ୍ୟ ଦେଇଥିଲା । ଏହା ସହିତ ବନ୍ଧୁକରୁ ଗୁଳି ମଧ୍ୟ ଫୁଟାଇଥିଲା । ଏହି ଘଟଣାକୁ ନେଇ ପୂଜା ସିଂ ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ଏହାସହ ଅଭିଯୁକ୍ତ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରିଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com