ଓଡ଼ିଶା

ଭୋଟ୍ ଦେଲେ ନରସିଂହପୁର ବ୍ଲକ୍‌ର ସବୁଠୁ ବୟସ୍କ ମହିଳା ଭୋଟର

ଆଠଗଡ () ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ମତଦାନ ଶେଷ ହୋଇଛି । କଟକ ଜିଲ୍ଲା ନରସିଂହପୁର ବ୍ଲକର ସବୁଠାରୁ ବୟସ୍କ ମହିଳା ଭୋଟ୍ ଦେଇଛନ୍ତି । ନରସିଂହପୁର ହରିଚନ୍ଦନପୁର ଶାସନ ଗ୍ରାମର ମହନି ଦେବୀ ୧୦୬ ବର୍ଷ ବୟସରେ ଭୋଟ୍ ଦେଇଛନ୍ତି ।
ଅନ୍ୟପଟେ ବଡ଼ମ୍ବା ନରସିଂହପୁର ବିଧାୟକ ଦେବୀ ପ୍ରସାଦ ମିଶ୍ର ନିଜର ଗାଁ ଡ଼ମକଟାରେ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି । କଟକ ଜିଲ୍ଲା ନରସିଂହପୁର ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟର ଭୋଟ୍ ଗ୍ରହଣ ଦିନରେ ନରସିଂହପୁର ବ୍ଲକରେ ଭୋଟ୍ ଗ୍ରହଣ ହେଉଛି । ଭୋଟରମାନେ ବୁଥକୁ ଯାଇ ସ୍ବତନ୍ତ୍ର ବାଲାଟ ପେପରରେ ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ  ୱାର୍ଡ ମେମ୍ବର ପ୍ରାର୍ଥୀଙ୍କୁ ମତଦାନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com