ଓଡ଼ିଶା

୧୫ବର୍ଷ ପୁଅକୁ ମାରି ଟାଙ୍ଗିଦେଲେ ସାବତ ମା’ ଓ ବାପା

ପାରାଦୀପ: ପାରାଦୀପରେ ଅଭାବନୀୟ ଘଟଣା । ୧୫ବର୍ଷ ନାବାଳକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । ହତ୍ୟା ଅଭିଯୋଗ ଆଣିଲେ ମାମୁଁ ଘର ଲୋକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ପାରାଦୀପ ଅଭୟଚାନ୍ଦପୁର ଥାନା ତ୍ରିଲୋଚନପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସନ୍ଦେହଜନକ ଭାବେ ୧୫ବର୍ଷର ପୁଅର ମୃତ୍ୟୁ ହୋଇଛି । ମୃତ ନାବାଳକଙ୍କ ମାମୁଁ ଘର ଲୋକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ନାବାଳକ ପୁଅକୁ ସାବତ ମା’ ଓ ବାପା ମାରି ଟାଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପୋଲିସ ହସ୍ପିଟାଲକୁ ପଠାଇ ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com