ଓଡ଼ିଶା

ୱା୍ଲଡ଼ ଆର୍ଥ ଦିବସ ଉପଲକ୍ଷେ ବେଳାଭୂମିରେ ବାଲୁକା କଳା

ପୁରୀ() ୱା୍ଲଡ଼ ଆର୍ଥ ଦିବସ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ବେଳାଭୂମି ରେ ବାଲୁକା କଳା ନିର୍ମାଣ କରିଛନ୍ତି ।

ଏ ବର୍ଷ ର ଥିମ କୁ ଆଧାର କରି ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ସେ ଏହି ବାଲୁକା କଳା ରେ ପୃଥିବୀ କୁ ସରସ ସୁନ୍ଦର କରିବା ପାଇଁ ସମସ୍ତେ ପ୍ରୟାସ କରିବା ଦରକାର ଏବଂ ଆମେ ପୃଥିବୀ ର ଯେତିକି ଯତ୍ନ ନେବା ଆମ ପରିବେଶ ସେତିକି ସୁନ୍ଦର ହୋଇପାରିବ । ସମସ୍ତଙ୍କୁ ତାଙ୍କ ବାଲୁକା କଳାରେ ଆହ୍ୱାନ କରିଛନ୍ତି ଆସ ସମସ୍ତେ ମିଶି ଆମ ପରିବେଶ କୁ ସୁନ୍ଦର କରିବା ଆମ ଭବିଷ୍ୟତ ଆମେ ଗଢିବା ।

ଏହି ବାଲୁକା କଳାଟି 12 ଫୁଟ ଓସାର ବିଶିଷ୍ଟ ଏଥିରେ 12ଟନ ବାଲି ଉପଯୋଗ କରାଯାଇଛି । ଏହି ବାଲୁକା କଳା କୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ 7ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ “World Earth Day” ର ବାର୍ତ୍ତା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com