ଓଡ଼ିଶା

ବିଳମ୍ୱିତ ରାତିରେ ମାତିଲେ ଲୁଟେରା, କଣ୍ଟେଶ୍ୱରୀ ମନ୍ଦିରରୁ ଚୋରୀ

କୋଣାର୍କ: ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବିରୁତୁଙ୍ଗ ଗ୍ରାମର ମା କଣ୍ଟେଶ୍ୱରୀ ମନ୍ଦିରରେ ଗତକାଲି ରାତ୍ରିରେ କଳାକନା ବୁଲାଇ ଦେଇଛନ୍ତି ଦୃର୍ବୃତ୍ତ ।

ସୂଚନା ଅନୁସାରେ ବିଳମ୍ବିତ ରାତ୍ରରେ ଦୃର୍ବୃତ୍ତମାନେ ମନ୍ଦିରର ପଛପଟ କବାଟର ତାଲା ଭାଙ୍ଗି ମାଙ୍କ ଆଖି ତାଡିନେବା ସହ ମାଙ୍କ ଆଲମିରା ଭାଙ୍ଗି ବିଭିନ୍ନ ମୂଲ୍ୟବାନ ଗହଣା, ପିତ୍ତଳ ବାସନ, ଘଣ୍ଟି ଓ ଅନେକ ବସ୍ତ୍ର ସହ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ଦୃର୍ବୃତ୍ତ ମାନେ ଲୁଟିନେଥିବାର ଥାନରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସନ୍ଧ୍ୟାରେ ମାଙ୍କ ରୀତି ନୀତି ସାରି ପହଡ଼ ପକାଇ ଯାଇଥିଲା । କିନ୍ତୁ ସକାଳୁ ମାଙ୍କ ଦ୍ୱାର ଖୋଲି ଦେଖିଲା ବେଳକୁ ପଛ କବାଟ ଭଙ୍ଗା ଯାଇଛି ଓ ମାଙ୍କ ଆଖି ତଡ଼ାଯିବା ସହ ମାଆଙ୍କର ସମସ୍ତ ଜିନିଷ ଚୋରୀ ହୋଇଯାଇଛି । ପରେ ମୁଁ ଏହି ଘଟଣାକୁ ଗ୍ରାମବାସୀଙ୍କୁ ଜଣାଇଥିଲି ବୋଲି ପୂଜକ କୁହନ୍ତି । ଏପଟେ ଗୋପ ଥାନାରେ ଲିଖତ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

Related Articles

Back to top button
WP Twitter Auto Publish Powered By : XYZScripts.com