ଓଡ଼ିଶା

ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ

ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ । ଉତ୍ତର ଘୁମୁସର ବନଖଣ୍ଡ ଅଞ୍ଚଳରୁ ୨୫ଟି ରଥକାଠ ପୁରୀରେ ପହଞ୍ଚିିଛି । ୨୫ଟି କାଠ ମଧ୍ୟରେ ୨୩ଟି ୪୦ ଫୁଟିଆ ଅସନ ଓ ୨ଟି ୪୦ ଫୁଟିଆ ଧଉରା କାଠ ରହିଛି ।ଗତବର୍ଷ ଠାରୁ ୫୩ ଖଣ୍ଡ କାଠ ବଳକା ହୋଇ ରହିଥିବା ବେଳେ ଚଳିତ ବର୍ଷ ଆଉ ୮ ଶହ ୧୨ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ୧୫୨ କାଠ ରଥଖଳାରେ ଏବଂ ୩୩ ଟି କାଠ କରତ କଳରେ ପହଞ୍ଚିି ସାରିଛି । ଅସନ କାଠ ଗୁଡିକ ରଥର ଗୟଳ ଓ ଦଣ୍ଡା ଏବଂ ଧଉରା କାଠ ରଥର ଅଖ କାର୍ଯ୍ୟରେ ଲାଗିବ ।

ଗଂଜାମ ଜିଲ୍ଲା ଇଂଜନଗର ଉତ୍ତର ଘୁମୁସରରୁ ଗତକାଲି ରଥକାଠ ଆସିଥିଲା । ଯିବା ରାସ୍ତାରେ ବିଭିନ୍ନ ଗାଁରେ ଅପେକ୍ଷା କରିଥିବା ଶହ ଶହ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ, ଘଣ୍ଟ-ମୃଦଙ୍ଗ ବଜାଇ ରଥକାଠକୁ ପୂଜାର୍ଚ୍ଚନା କରିଥିଲେ ।ବାଇବାଲି ଗାଁରୁ ଇଂଜନଗର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଜୟ ଜଗନ୍ନାଥ ଧ୍ବନିରେ, ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ମହାପ୍ରଭୁଙ୍କ ରଥ ନିର୍ମାଣ ସକାଶେ ବନବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ରଥକାଠ ପାଇଁ, ବନ କର୍ମଚାରୀ ଏବଂ ସ୍ଥାନୀୟ ଅଞ୍ଚଳବାସୀ ନିଜକୁ ଭାଗ୍ୟବାନ ମନେ କରିଥିଲେ ।

ଶ୍ରୀମନ୍ଦିରର ଏକ ଟିମ୍ ପ୍ରଥମେ ଆସି ଘୁମୁସର ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ଗଛ ଚିହ୍ନଟ କରିଥଲେ । ବିଶେଷକରି ୧୦୮ ଟି ଅସନ, ଧଉରା, ଫାସି ଓଶିମିଳି ଗଛ ଚିହ୍ନଟ ହୋଇଛି । ଅନ୍ୟ ସମସ୍ତ କାଠ ପର୍ଯ୍ୟାୟକ୍ରମେ ପଠାଯିବ ବୋଲି, ବନଖଣ୍ଡ ଅଧିକାରୀ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com