ଓଡ଼ିଶା

ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଉଠାଇନେଲେ ସାଂସଦଙ୍କ ପ୍ରତିନିଧି!

କୋଟଗଡ: ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ଆଗରୁ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଉଠାଇନେଲେ ସାଂସଦଙ୍କ ପ୍ରତିନିଧି | କିଛି ଏଭଳି ସଙ୍ଗୀନ ଅଭିଯୋଗ ଆଣି ଆଜି କନ୍ଧମାଳର କୋଟଗଡ ଥାନା ଘେରାଉ କରିଛନ୍ତି ସ୍ଥାନୀୟ ଲୋକ | ମିଳିଥିବା ସୂଚନା ମୁତାବକ ଗତକାଲି ମଧ୍ୟରାତ୍ରିରେ କୋଟଗଡର ଯୁବାଗଡ ଅଞ୍ଚଳରେ ସମିତି ସଭ୍ୟ ପ୍ରାର୍ଥୀ ଷ୍ଟିଫାନ ପ୍ରଧାନଙ୍କୁ ଅପହରଣ କରାଯିବାର ଖବର ମିଳିବା ପରେ ସ୍ଥାନୀୟ ଲୋକ ଓ ସମର୍ଥକ ରାସ୍ତା ଅବରୋଧ ସହ ଥାନା ଘେରାଉ କରିଛନ୍ତି |

ବଡ କଥା ଯେ ଏହି ଘଟଣାରେ କନ୍ଧମାଳ ସାଂସଦଙ୍କ କୋଟଗଡ ପ୍ରତିନିଧିଙ୍କ ହାତ ରହିଥିବା ସମର୍ଥକ ଅଭିଯୋଗ କରିଛନ୍ତି | ସାଂସଦ ପ୍ରତିନିଧି ମନୋଜ ସାବତ ଅପହରଣ କରିଥିବା ନେଇ ଅଭିଯୋଗ ସହ ଆତଙ୍କରାଜକୁ ବିରୋଧ କରି ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଅଞ୍ଚଳବାସିନ୍ଦା । ଖାଲି ସେତିକି ନୁହେଁ ପାରମ୍ପରିକ ଆଦିବାସୀ ଅସ୍ତ୍ରଶସ୍ତ୍ର ଧରି ଏହାର ପ୍ରତିବାଦ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com