Breaking NewsFeaturedଓଡ଼ିଶାଜାତୀୟ

ଦୁର୍ଘଟଣାକୁ ସମ୍ପୂର୍ଣ୍ଣ ରୋକା ଯାଇ ନପାରିଲେ ବି କମାଯାଇ ପାରିବ, ଜାଣନ୍ତୁ କେମିତି…

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବିଶ୍ୱରେ ରେଳ ଚଳାଚଳ ଆରମ୍ଭରୁ ହିଁ ଦୁର୍ଘଟଣା ଘଟୁଛି । ସବୁ ଦୁର୍ଘଟଣାର କାରଣ ଯଦି ଖୋଜିବା ତାହାଲେ ମୁଖ୍ୟତ ୩ ଟି କାରଣ ବାହାରିବ। ଯଥା; ଯାନ୍ତ୍ରିକ ବା ଟେକନୋଲୋଜିରେ ତୃଟି, ଡିଉଟିରେ ଥିବା କର୍ମଚାରୀଙ୍କ ଅବହେଳା ଏବଂ ସନ୍ତ୍ରାସବାଦୀ କିମ୍ବା ବିଛିନ୍ନତାବାଦୀ ଇତ୍ୟାଦିଙ୍କ ଷଡଯନ୍ତ୍ର । ଏ ୩ଟି କାରଣକୁ ପ୍ରତିହତ କରି ଲୋକମାନଙ୍କ ସୁରକ୍ଷିତ ରେଳଯାତ୍ରା ଓ ରେଳକୁ ସୁରକ୍ଷିତ ରଖିବା ଉଭୟ ରେଳ ବିଭାଗ ଏବଂ ଶାସନ ଦାୟିତ୍ୱରେ ଥିବା ସରକାରଙ୍କ କାମ ।

ଯାନ୍ତ୍ରିକ ତୃଟି ରୋକିବା ପାଇଁ ଉନ୍ନତ ଟେକନୋଲୋଜି ବ୍ୟବହାର କରିବା, ବିଭାଗରେ ଆବଶ୍ୟକ ଅନୁସାରେ ଦକ୍ଷ କରଚାରୀ ନିଯୁକ୍ତି ଦେବା, ଷଡଯନ୍ତ୍ରକୁ ପଣ୍ଡ କରିବା ପାଇଁ ନିରନ୍ତର ତଦାରଖ ବ୍ୟବସ୍ଥା ମଜଭୁତ କରିବା ହେଉଛି ବିଭାଗ ଓ ସରକାରଙ୍କ କାମ। ଯଦି ଏସବୁ ଅଭାବରୁ ରେଳ ଦୁର୍ଘଟଣା ଘଟେ ଓ ଧନଜୀବନ ହାନି ହୁଏ ତାହାଲେ ବିଭିନ୍ନ ଆଳ ଦେଖାଇ ଅଳ୍ପ କେଇଜଣ ତଳିଆ କର୍ମଚାରୀ ଉପରେ କାର୍ଯ୍ୟାନୁଷ୍ଟାନ ନେଲେ ପରିସ୍ଥିତି ସୁଧୁରିବ ନାହିଁ। ଦୁର୍ଘଟଣା ଯୋଗୁ ଯୋଉ ଜୀବନ ସବୁ ଗଲା  ତାହା ଭରଣା  ହୋଇପାରିବ ନାହିଁ ।

ଦୁର୍ଘଟଣାକୁ ସମ୍ପର୍ଣ୍ଣ ରୋକା ଯାଇ ନପାରିଲେ ବି କମା ଯାଇ ପାରିବ । ଯଦି ବା କୋଉଠି ଦୁର୍ଘଟଣା ହେଲା ବାହାନଗା ଭଳି ଧନ ଜୀବନ ହାନି ହେବନି । ଏସବୁ ଦୃଷ୍ଟି ଦେବା ବିଭାଗ ଓ ସରକାରଙ୍କ କାମ । ଏଥିରେ ବିଫଳ ହେଲେ ଲୋକଙ୍କର ରେଳ ଵିଭାଗ ପ୍ରତି ବିଶ୍ୱାସ କମିଯିବ ଲୋକେ ରେଳରେ ଯିବାକୁ ଆଗ୍ରହୀ ହେବେନାହିଁ । ସରକାର ରେଳ ବିଭାଗରୁ ଯୋଉ ଲାଭ ପାଉଛନ୍ତି ତାହା ହବନି, ବିଭାଗ ଧୀରେ ଧୀରେ ଦେବାଳିଆ ହେବାର ଆଶଙ୍କା ରହିଛି। ତେଣୁ ଏକ ଜନହିତକର ସରକାର ଜନତାଙ୍କ ସୁରକ୍ଷା ପାଇଁ ସବୁକିଛି ଆହୁରି ଗୁରୁତ୍ଵର ସହ ବିଚାର କରିବା ଠିକ୍‌ ହେବ ବୋଲି ମତ ପ୍ରକାଶ ପାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com