Breaking NewsFeaturedରାଜନୀତି

ଲାଲୁ-ନୀତୀଶଙ୍କ ରେକର୍ଡ, ଖେଳିଲେ ଓବିସି କାର୍ଡ

ବିହାର ନାଁରେ ନୂଆ ରେକର୍ଡ । ଦେଶର ପ୍ରଥମ ରାଜ୍ୟ ଭାବେ ଜାତିଭିତିକ ଜନଗଣନା ରିପୋର୍ଟ ପ୍ରକାଶ କଲା ବିହାର । ଗୋଟିଏ ପଟେ କିଛି ମାସ ଧରି କଂଗ୍ରେସ, ଆପ ସମେତ ଅନେକ ବିରୋଧୀ ଦଳ ଜାତିଗତ ଜନଗଣନା ସଂପର୍କରେ ବିଜେପିକୁ ଟାର୍ଗେଟ କରୁଥିବା ବେଲେ ଅନ୍ୟପଟେ ଏହାକୁ ସାର୍ବଜନୀନ କରି ଶେଷ କରିଛନ୍ତି ନୀତୀଶ ସରକାର । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି । ବିହାରରେ ଏବେ ଖେଳ ଖେଳୁଛନ୍ତି ୨ ବିହାରୀ ବାବୁ । ବହୁ ପ୍ରତୀକ୍ଷିତ ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ କରି ମାଷ୍ଟରଷ୍ଟ୍ରୋକ ମାରିଛନ୍ତି ନୀତୀଶ କୁମାର ।

ଏହି ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ଓବିସି ବା ଅନ୍ୟାନ୍ୟ ପଛୁଆ ବର୍ଗର ସବୁଠୁ ବଡ ଗୋଷ୍ଠୀ ହେଉଛନ୍ତି ଯାଦବ । ଯେଉଁମାନେ ମୋଟ ଓବିସି ସଂଖ୍ୟାର ୧୪.୨୬% ବୋଲି ଜଣାପଡିଛି । ତେଣୁ ରାଜ୍ୟରେ ଓବିସି ମାନଙ୍କର ପ୍ରାଧାନ୍ୟ ସ୍ୱିକାର୍ଯ୍ୟ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ରାଜନୈତିକ ବାତାବରଣ ସରଗରମ ହେବା ଆରମ୍ଭ ହେଲାଣି । ସେପଟେ ଏହି ସର୍ଭେକୁ ପ୍ରଶଂସା କରିବା ସହ ଏହା ଏକ ଐତିହାସିକ ମୁହୁର୍ତ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ବିଜେପିର ଷଡଯନ୍ତ୍ର ଓ ଆଇନଗତ ବାଧା ସତ୍ୱେ ବିହାର ସରକାର ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ କରିବାରେ ସଫଳ ହୋଇଛନ୍ତି । ତେଣୁ ଗରିବ ଓ ଅବହେଳିତ ବର୍ଗର ବିକାଶ ପାଇଁ ଯୋଜନା ପ୍ରଣୟନ କରିବାରେ ଏହି ରିପୋର୍ଟ ସାହାଯ୍ୟ କରିବ ବୋଲି କହିଛନ୍ତି ଲାଲୁ ।

ସେହିଭଳି ଏହି ରିପୋର୍ଟ ଆସିବା ପରେ ଦେଶରେ ଜାତିଭିତିକ ଜନଗଣନା ପାଇଁ ଦାବି କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅନ୍ୟପଟେ ଗରିବକୁ ବିଭ୍ରାନ୍ତ କରି ସମାଜରେ ଦ୍ୱନ୍ଦ ବିସ୍ତାର କରି ଏଭଳି ରିପୋର୍ଟ ପ୍ରସ୍ତୁତ କରାଯାିଥିବା କହିଛି ବିଜେପି । ତେଣୁ ଏହି ରିପୋର୍ଟ ଆସିବା ପରେ ଏବେ ଓବିସି ଭୋଟ ବ୍ୟାଙ୍କ ଉପରେ ରହିଛି ସମସ୍ତଙ୍କ ନଜର । ଏଭଳି ପରିସ୍ଥିତିରେ ଲୋକସଭା ନିର୍ବାଚନ ପୂର୍ବରୁ ସଂରକ୍ଷଣ ପ୍ରସଙ୍ଗ ଦେଶର ରାଜନୀତିରେ ପୁଣିଥରେ ଆଲୋଚନାର ପ୍ରସଙ୍ଗ ହେବାକୁ ଯାଉଛି । ଆସନ୍ତୁ ଦେଖିବା କଣ କହୁଛି ସର୍ଭେ ରିପୋର୍ଟ । ଏହି ରିପୋର୍ଟ ଆଧାରରେ ରାଜ୍ୟର ମୋଟ ଜନସଂଖ୍ୟା ୧୩କୋଟି ୭ଲକ୍ଷ ୨୫ ହଜାର ୩୧୦ । ଏମାନଙ୍କ ମଧ୍ୟରୁ ସର୍ବାଧିକ ଜନସଂଖ୍ୟା ହେଉଛି ଓବିସି ବର୍ଗର । ସେଥିରେ ୨୭%ପଛୁଆ ଶ୍ରେଣୀ, ୩୬% ଅତ୍ୟଧିକ ପଛୁଆ ବର୍ଗର ରହିଛନ୍ତି । ଏହାସହ ୧୪.୨୬% ଯାଦବ ଏବଂ ୩.୬୫% ବ୍ରାହ୍ଣଣ ଏବଂ ୩.୪୫% ରାଜପୁତ ବା ଠାକୁର ବର୍ଗର ଅଛନ୍ତି । ସେହିଭଳି ୧୯% ଅନୁସୁଚିତ ଜାତି ଓ ୧.୭% ଅନୁସୁଚିତ ଜନଜାତିର ଲୋକ ବସ ବାସ କରୁଛନ୍ତି । ବାକି ୧୫.୫% ହେଉଛନ୍ତି ସାଧାରଣ ବର୍ଗର ।

Related Articles

Back to top button
WP Twitter Auto Publish Powered By : XYZScripts.com