Breaking NewsFeaturedଜାତୀୟ

ଲିଭ୍ ଇନ୍‌ର ମଜା ପାଲଟିଗଲା ବୀଭତ୍ସ ହତ୍ୟାର ସଜା, ଜାଣନ୍ତୁ ପୂରା ଘଟଣା

() ପ୍ରେମିକ ନା ପିଶାଚ । ଯାହାକୁ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଆଉ ଯାହା ସହ ବର୍ଷ ବର୍ଷ ଧରି ଲିଭ ଇନରେ ରହୁଥିଲା । ସେଇ ପ୍ରେମିକାକୁ ଆତି ନିର୍ମମ ଭାବେ ହତ୍ୟା କରିଛି ପ୍ରେମିକ । ଖାଲି ହତ୍ୟା କରିନି ଲିଭ ଇନ ପାର୍ଟନରର ମୃତ୍ୟୁ ପରେ ତାକୁ ଟ୍ରି କଟର ବା ଗଛ କଟା ମେସିନରେ ପିସ ପିସ କରି କାଟିଥିଲା ପ୍ରମିକ । ଏହାପରେ ତାଙ୍କୁ ପ୍ରସର କୁକରରେ ସିଝେଇ ନିଜର ରାଗ ସୁଝାଇଥିଲା । ଏଭଳି ଏକ ଅମାନବୀୟ, ଅବିଶ୍ୱାସନୀୟ, ଛାତିକୁ ଦୋହଲାଇ ଦେବା ଭଳି ଘଟଣା ଘଟିଛି ମୁମ୍ବାଇର ମୀରା ରୋଡ ସ୍ଥିତ ଗୀତା ନଗରରେ ଥିବା ଆକାଶ ଦୀପ ବିଲ୍ଡିଂରେ । ଗତ ୩ ବର୍ଷ ହେବ ଏଠାରେ ଭଡା ନେଇ ରହୁଥିଲେ ମନୋଜ ସହାନୀ ଏବଂ ସରସ୍ୱତୀ ବୈଦ୍ୟ । ଅଭିଯୁକ୍ତ ମନୋଜ ବୋୱୋଲିରେ ଏକ ଦୋକାନ କରି ବ୍ୟବସାୟ କରୁଥିଲେ । ତେବେ କୈଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ମନୋଜ ଲିଭଇନରେ ରହୁଥିବା ପାଟନରଙ୍କୁ ପ୍ରଥମେ ନିର୍ମମ ଭାବେ ହତ୍ୟା କରିଥିଲା । ଏହାପରେ ଟ୍ରି କଟର ବା ଗଛକଟା ମେସିନ ସାହାର୍ଯ୍ୟରେ ସରସ୍ୱତୀଙ୍କ ଶରୀରକୁ ପିସ ପିସ କରି କାଟିଥିଲା । ଏତିକିରେ ଥମି ନଥିଲା ମନୋଜର ରାଗ ଖଣ୍ଡ ଖଣ୍ଡ ଶରୀରକୁ ପ୍ରେସର କୁକରରେ ସିଝେଇ ଥିଲା ପିଶାଚ ପ୍ରେମିକ ।
କିଛିଦିନ ପରେ ଫ୍ଲାଟରୁ ଦୁର୍ଗନ୍ଧ ବାହାରିବାରୁ ପଡୋଶୀ ଏ ନେଇ ପୁଲିସକୁ ଖବର ଦେଇଥିଲେ । ପୁଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ବନ୍ଧ ଥିବା ଘରକୁ ଭାଙ୍ଗିଥିଲେ । ଘର ଭିତରୁ ଭିଷଣ ଦୁର୍ଗନ୍ଧ ବାହାରୁଥିବା ବେଳେ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାପରେ ଅଭିଯୁକ୍ତ ମନୋଜକୁ ଗିରଫ କରି ପଚରାଉଚରା କରୁଛି ମୁମ୍ବାଇ ପୋଲିସର ସ୍ପେସାଲ ସ୍କ୍ୱାଡ । ତେବେ ପୋଲିସର କହିବା ଅନୁସାରେ ପାରିପାର୍ଶିକ ସ୍ଥିତିରୁ ଯାହା ଜଣାପଡିଛି ଯେ ୩ରୁ ୪ ଦିନ ପୂର୍ବରୁ ଏହି ହତ୍ୟାକାଣ୍ଡ ଘଟିଥିଲା ।
ସେହିପରି ଗତ ବର୍ଷ ମେ ମାସରେ ଦୀଲ୍ଲୀରେ ମଧ୍ୟ ଏହିଭଳି ଏକ ଭୟଙ୍କର ହତ୍ୟାକାଣ୍ଡ ଘଟିଥିଲା । ଶ୍ରଦ୍ଧା ୱାକର ନାମକ ଜଣେ ଯୁବତୀଙ୍କୁ ତାଙ୍କ ଅଭ ଇନ ପାର୍ଟନର ଅଫଦାବ ଅମିନ ଅତି ନିର୍ମମ ଭାବେ ହତ୍ୟା କରିବାପରେ ମୃତ ଦେହକୁ ଖଣ୍ଡ ଖଣ୍ଡ କରି କାଟି ଫ୍ରିଜରେ ରଖିଥିଲା । ଯାହା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଆଉ ଏବେ ମୁମ୍ବାଇର ଏହି ଘଟଣା ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣାଠୁ ବି ଆହୁରି ଭୟଙ୍କର ।

Related Articles

Back to top button
WP Twitter Auto Publish Powered By : XYZScripts.com