Featuredଜାତୀୟ

ରାଷ୍ଟ୍ରୀୟ ପୁରୁଷଙ୍କ ଆୟୋଗ ଗଠନ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ପୁରୁଷମାନେ ମଧ୍ୟ ଘରୋଇ ହିଂସାର ଶିକାର ହେ।ଇ ଆତ୍ମହତ୍ୟା କରୁଛନ୍ତି ବୋଲି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହାର ମୁକାବିଲା ପାଇଁ ନିର୍ଦ୍ଦେଶାବଳୀ ଏବଂ ‘ କମିଶନ ଫର ମେନ୍’ ଗଠନ ପାଇଁ ଅନୁରୋଧ କରାଯାଇଛି ।

ଆଡଭୋକେଟ ମହେଶ କୁମାର ତିୱାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନରେ ୨୦୨୧ ମସିହାରେ ଦେଶରେ ଦୁର୍ଘଟଣାଜନିତ ମୃତ୍ୟୁ ସମ୍ପର୍କରେ ପ୍ରକାଶିତ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ଦର୍ଶାଯାଇଛି ଯେଉଁଥିରେ କୁହାଯାଇଛି ଯେ ସେହି ବର୍ଷ ସାରା ଦେଶରେ ୧,୬୪,୦୩୩ ଲୋକ ଆତ୍ମହତ୍ୟା କରିଥିଲେ। ଆବେଦନରେ ଦର୍ଶାଯାଇଛି ଯେ ଏଥିମଧ୍ୟରୁ ଆତ୍ମହତ୍ୟା କରିଥିବା ବିବାହିତ ପୁରୁଷଙ୍କ ସଂଖ୍ୟା ୮୧,୦୬୩ ଥିବାବେଳେ ୨୮,୬୮୦ ଜଣ ବିବାହିତ ପୁରୁଷ ଥିଲେ। ଏନସିଆରବି ତଥ୍ୟକୁ ଦର୍ଶାଇ ଏହି ଆବେଦନପତ୍ରରେ କୁହାଯାଇଛି ଯେ ୨୦୨୧ ମସିହାରେ ପ୍ରାୟ ୩୩.୨ ପ୍ରତିଶତ ପୁରୁଷ ପାରିବାରିକ ସମସ୍ୟା ଏବଂ ୪.୮ ପ୍ରତିଶତ ବିବାହ କାରଣରୁ ଜୀବନ ଶେଷ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com