ଜାତୀୟ

ପୂର୍ବତନ ଏନଏସଇ ଏମଡି ତଥା ସିଇଓ ଚିତ୍ରା ରାମକୃଷ୍ଣ ଗିରଫ, ବିଳମ୍ୱିତ ରାତିରେ ବାନ୍ଧିଲା ସିବିଆଇ

ନୂଆଦିଲ୍ଲୀ() ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅର୍ଥାତ୍ NSE ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ରବିବାର ବିଳମ୍ବିତ ରାତିରେ ସିବିଆଇ ଗିରଫ କରିଛି । ଏହାପୂର୍ବରୁ ଶନିବାର ଦିନ ଦିଲ୍ଲୀର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଚିତ୍ରା ରାମକୃଷ୍ଣଙ୍କୁ ଏନଏସଏ ସହ- ଅନ୍ୟ ମାମଲାରେ ଜାମିନ ନାମଞ୍ଜୁର କରିଦେଇଛନ୍ତି ।

ନିକଟରେ, ରାମକୃଷ୍ଣଙ୍କୁ ଏନଏସଇ ‘କଲୋକେସନ୍’ ମାମଲାରେ ସିବିଆଇ ପଚରାଉଚରା କରିଥିଲା । ଆୟକର ବିଭାଗ ପୂର୍ବରୁ ମୁମ୍ବାଇ ଏବଂ ଚେନ୍ନାଇର ଚିତ୍ରା ରାମକୃଷ୍ଣଙ୍କ ସହ ଜଡିତ ବିଭିନ୍ନ ସ୍ଥାନ ଉପରେ ଚଢାଉ କରିଥିଲା । ବଜାର ନିୟାମକ SEBI ର ସ୍କାନରରେ ରାମକୃଷ୍ଣ ମଧ୍ୟ ଅଛନ୍ତି । ନିକଟରେ ଏକ ସିବିଆଇ କୋର୍ଟ NSE ର ଗ୍ରୁପ୍ ଅପରେଟିଂ ଅଫିସର ତଥା ପୂର୍ବତନ ଏମଡି ରାମକୃଷ୍ଣଙ୍କ ପରାମର୍ଶଦାତା ଆନନ୍ଦ ସୁବ୍ରମଣ୍ୟମଙ୍କୁ ସିବିଆଇ ହେପାଜତକୁ ପଠାଇଛନ୍ତି। ତାଙ୍କୁ ଏନଏସଏ ମାମଲାରେ ଚେନ୍ନାଇରୁ ସିବିଆଇ ଗିରଫ କରିଥିଲା।

ଏକ ଏନଏସଏ ଦଲାଲଙ୍କ ଦ୍ୱାରା ‘କୋଲୋକେସନ୍’ ସୁବିଧାର ଅପବ୍ୟବହାର ଚାଲିଥିବା ଅନୁସନ୍ଧାନ ସମ୍ପର୍କରେ ସିବିଆଇ ପୂର୍ବତନ ଏନଏସଇ ସିଇଓ ରବି ନାରାୟଣଙ୍କୁ ମଧ୍ୟ ପ୍ରଶ୍ନ କରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚିତ୍ରା ବୃତ୍ତି ଅନୁଯାୟୀ ଏକ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ (CA) । ସେ ୧୯୮୫ରେ IDBI ବ୍ୟାଙ୍କରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ମଧ୍ୟ କିଛି ସମୟ ପାଇଁ SEBI ରେ କାମ କରିଥିଲେ ।

୧୯୯୧ମସିହାରେ NSE ଆରମ୍ଭ ହେବା ପରଠାରୁ ସେ ମୁଖ୍ୟ ଥିଲେ । ପ୍ରଥମ NSE ସିଇଓ ଆର.ଏଚ୍ ପାଟିଲଙ୍କ ନେତୃତ୍ୱରେ ଚିତ୍ରା ୫ଜଣଙ୍କ ମଧ୍ୟରେ ଥିଲେ, ଯେଉଁମାନେ ‘ହର୍ଷଦ ମେହେଟ୍ଟା ସ୍କାମ’ ପରେ ଏକ ଷ୍ଟକ୍ ଏକ୍ସଚେଞ୍ଜ ସୃଷ୍ଟି କରିବାକୁ ମନୋନୀତ ହୋଇଥିଲେ । ୨୦୧୩ ରେ ରବି ନାରାୟଣଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଚିତ୍ରାଙ୍କୁ ୫ବର୍ଷ ପାଇଁ NSEର ମୁଖ୍ୟ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com