ଜାତୀୟ

ମହିଳାଙ୍କୁ ଅସଦାଚରଣ ଅଭିଯୋଗ : ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀ ଗିରଫ

ଶେଷରେ ଗିରଫ ହୋଇଛନ୍ତି ଫେରାର ବିଜେପି କର୍ମୀ ଶ୍ରୀକାନ୍ତ ତ୍ୟାଗୀ । ନୋଏଡାରେ ଅସ୍ଥାୟୀ ନିର୍ମାଣ ନେଇ ଜଣେ ମହିଳାଙ୍କ ସହ ବଚସା ହେବା ସହିତ ତାଙ୍କୁ ପାଲଟା ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଭିଡ଼ିଓ ଭାଇରାଲ ହେବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏଥିରେ ସମ୍ପୃକ୍ତି ନେଇ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଫେରାର ହୋଇଯାଇଥିଲେ ଶ୍ରୀକାନ୍ତ । ଶେଷରେ ନଏଡ଼ାରୁ ବିଜେପି କର୍ମୀ ଜଣଙ୍କୁ ଗିରଫ କରାଯାଇଛି । ବିଜେପି କର୍ମୀ ଶ୍ରୀକାନ୍ତ ତ୍ୟାଗୀ ନିଜ ଫ୍ଲାଟ ସାମନାରେ କିଛି ଅଂଶ ବଳପୂର୍ବକ ଦଖଲ କରି ଅସ୍ଥାୟୀ ନିର୍ମାଣ କରିଥିଲେ । ଯାହାକୁ ନେଇ ଏହି ତୁମୁଳ କାଣ୍ଡ ଘଟିଥିବା ବେଳେ ଘଟଣା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ ଗୃହ ବିଭାଗଠାରୁ ରିପୋର୍ଟ ମାଗିଥିଲେ । ତା ସହିତ ତାଙ୍କ ନାଁରେ ଏକ ମାମଲା ରୁଜୁ ମଧ୍ୟ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com