ଓଡ଼ିଶା

ଆଦର୍ଶ ବିଦ୍ୟାଳୟର ଦ୍ୱାଦଶ, ଦଶମ ତଥା ଜେଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୩୦/୦୮/୨୦୨୨-   ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ , ଦ୍ୱାଦଶ ତଥା ଜେଇଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ସମ୍ବର୍ଦ୍ଧିତ କରିଛନ୍ତି । ମୁଖ୍ୟମନ୍ତ୍ରୀ  ସେମାନଙ୍କ ଅନୁଭୂତି ସଂପର୍କରେ ପିଲାମାନଙ୍କୁ ପଚାରି ବୁଝିବା ସହ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।

ମଙ୍ଗଳବାର ସମ୍ବର୍ଦ୍ଧିତ ହୋଇଥିବା କୃତୀ ଛାତ୍ରଛାତ୍ରୀମାନେ ହେଉଛନ୍ତି ମୟୁରଭଂଜ ଜିଲ୍ଲାର ଝରଗାଁ ଆଦର୍ଶ ବିଦ୍ୟାଳୟର ଆଦର୍ଶ ସାହୁ, ସରିତା ମାର୍ଡି ଏବଂ ରାଣିଭୋଳ ଆଦର୍ଶ ବିଦ୍ୟାଳୟର ମାନସ ମହୋଦଧି ପୁର୍ତ୍ତି, ଗଞ୍ଜାମ ଜିଲ୍ଲାର ଉତ୍କଳ ପଟ୍ଟନାୟକ, ଶାସନମା ଗାଁ ଆଦର୍ଶ ବିଦ୍ୟାଳୟର ସୁମନ କୁମାରୀ ମହାରଣା, କଳାହାଣ୍ଡି ଜିଲ୍ଲାର ଦିବେନ୍ଦୁ ସାହାନାଇ, କୋରାପୁଟ କୋଟପାଡର ଓମ୍‌ ଆର୍‌ୟାନ ବିଶ୍ବାଳ ଏବଂ ମାଛରା ଆଦର୍ଶ ବିଦ୍ୟାଳୟର ସ୍ବସ୍ତିକ ଆଦିତ୍ୟ ରଞ୍ଜନ, କେନ୍ଦୁଝର ଜିଲ୍ଲାର ହେମନ୍ତ ବେହେରା ଓ ଗଞ୍ଜାମ ଜିଲ୍ଲାର ସୋରଡା ଆଦର୍ଶ ବିଦ୍ୟାଳୟର ଶୁଭମ ପ୍ରସାହ ଗୌଡ । ଏମାନେ ସମସ୍ତେ ଜେଇଇ ମେନ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।

ସେହିପରି ସିବିଏସଇ ଦ୍ୱାଦଶ ପରୀକ୍ଷାରେ କୃତୀତ୍ବ ହାସଲ କରିଥିବା ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀମାନେ ହେଲେ – କେନ୍ଦୁଝରର ସାଳପଡା ଆଦର୍ଶ ବିଦ୍ୟାଳୟର ଇଶାନୀ ବିଶୋଇ, ଗଞ୍ଜାମ ଏସ୍‌ ଅନୁଭବ ଦୋରା, ଯଜ୍ଞ ପ୍ରସାଦ ଆଚାରୀ, ଏମ୍‌ ମୋହିତ ରେଡ୍ଡୀ, କୋରାପୁଟର ଓମ୍‌ ଆର୍‌ୟାନ ବିଶ୍ବାଳ । ସେହିପରି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ସଫଳତା ହାସଲ କରିଥିବା ପିଲାମାନେ ହେଉଛନ୍ତି – କଳାହାଣ୍ଡି ଜିଲ୍ଲାର ମୁଷିଗୁଡା ଆଦର୍ଶ ବିଦ୍ୟାଳୟର ସୁଧନ୍ୟା ପତି  ଏବଂ ମୟୁରଭଂଜ ଜିଲ୍ଲାର ଗରୁଡବସା ଆଦର୍ଶ ବିଦ୍ୟାଳୟର ବୈବଶ୍ବେତା ଆଚାର୍ଯ୍ୟ ।

ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ  ସମୀର ଦାଶ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ଆଦର୍ଶ ବିଦ୍ୟାଳୟ ସଂଗଠନର ଅଧ୍ୟକ୍ଷ ଉପେନ୍ଦ୍ର ତ୍ରିପାଠୀ ଏବଂ ବରିଷ୍ଠ ଅଧିକାରୀଙ୍କ ସମେତ ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com