ଓଡ଼ିଶା

ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବୀରେ ମିଳିତ ବାମପନ୍ଥୀ ଯୁବ-ଛାତ୍ର ସଂଗଠନର ବିକ୍ଷୋଭ

ବ୍ରହ୍ମପୁର :ଅଗ୍ନିପଥ ଯୋଜନା ଅଗ୍ନିବୀର ନିଯୁକ୍ତିରେ ୪ବର୍ଷ ନିଯୁକ୍ତି କୁ ବିରୋଧ କରି ପ୍ରତ୍ୟାହାର ଦାବୀରେ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରେ ମିଳିତ ବାମପନ୍ଥୀ ଯୁବ-ଛାତ୍ର ସଂଗଠନ ମାନଙ୍କ ପକ୍ଷରୁ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ଅଖିଳ ଭାରତ ଯୁବ ସଂଘ ଗଂଜାମ ଜିଲ୍ଲା ସଂପାଦକ କାମଦେବ ନାହାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅଖିଳ ଭାରତ ଯୁବ ସଂଘ ର ରାଜ୍ୟ ସଭାପତି ପ୍ରଦୀପ ସେଠୀ ଯୋଗ ଦେଇ ଅଗ୍ନିପଥ ଯୋଜନା ଯୁବ ବିରୋଧି ଯୋଜନା ବୋଲି କହିଥିଲେ । କେନ୍ଦ୍ରର ମୋଦି ସରକାର ୨୦୧୪ ସାଧାରଣ ନିର୍ବାଚନ ବେଳେ ବର୍ଷକୁ ୨କୋଟି ନିନୁକ୍ତି ଦେବା ପ୍ରତିସୃତି ଦେଇଥିଲେ ମଧ୍ୟ ୮ବର୍ଷ ଶାସନରେ ଏ ଦିଗରେ କୈାଣସି ପଦକ୍ଷେପ ନେଇନାହାଁନ୍ତି,ଫଳରେ ବେକାରୀ ସମସ୍ୟା ଅଧିକ ବ୍ୟାପକ ହୋଇଛି ବୋଲି କହିଥିଲେ ।ଏହି ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରିବାକୁ ସେମାନେ ଦାବୀ କରିଥିଲେ ।ଏହି ପ୍ରତିବାଦରେ ଅଖିଳ ଭାରତ ଯୁବ ସଂଘର ସୁଶାନ୍ତ ସ୍ୱାଇଁ, ପିଡିଏସୟୁ ର ପ୍ରତାପ ପ୍ରଧାନ,ଏସଏଫଆଇ ଅସିମ ଜ୍ୟୋତି ଦାସ,ସରୋଜ ସେଠୀ, ଏଆଇଏସଏଫ ର ରାହୁଲ ପରିଡା, ନିରାକାର ବେହେରା, ଡିୱାଇଏଫଆଇ ଅଜିତ ପାଣିଗ୍ରାହୀ, ଡିଏସଓ ନିମାଇ ଚରଣ ସାହୁ, ନାରାୟଣ ସାହୁ,ପପୁନ ସାହୁ ପ୍ରମୁଖ ବକ୍ତବ୍ୟ ରିଖିଥିଲେ ।ଏହି ପ୍ରତିବାଦ ରେ ଶତାଧିକ ଯୁବ-ଛାତ୍ର ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com