ଓଡ଼ିଶା

FIH ପ୍ରୋ ଲିଗ୍ ହକି: ଆଜି ପୁଣି କଳିଙ୍ଗରେ କମାଲ ଦେଖାଇବ ଟିମ୍ ଇଣ୍ଡିଆ

ଭୁବନେଶ୍ୱର: କଳିଙ୍ଗରେ ଆଜି ପୁଣିଥରେ ଇଂଲଣ୍ଡ ବିପକ୍ଷରେ ଟର୍ଫକୁ ଓହ୍ଲାଇବ ଭାରତ । ଏଫଆଇଏଚ୍ ପ୍ରୋ ଲିଗ ହକିରେ ଆଜି ପୁଣି ଥରେ ଇଂଲଣ୍ଡ ବିପକ୍ଷରେ ଖେଳିବ ଟିମ୍ ଇଣ୍ଡିଆ । ଚଳିତ ଏଫଆଇଏଚ୍‌ ପ୍ରୋ ଲିଗ୍‌ ହକିରେ ଗତକାଲି ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ଘରୋଇ ଦଳ ଭ୍ରମଣକାରୀ ଇଂଲଣ୍ଡକୁ ସୁଟ୍‌ ଆଉଟରେ ପରାସ୍ତ କରିଥିଲା । ମ୍ୟାଚ ଶେଷ ହେବା ସୁଦ୍ଧା ଉଭୟ ଦଳ ୩ଟି ଲେଖାଏଁ ଗୋଲ ସ୍କୋର କରିଥିଲେ । ଯାହା ଫଳରେ ଏହି ମ୍ୟାଚଟି ସୁଟ୍ ଆଉଟକୁ ଯାଇଥିଲା । ସୁଟ୍ ଆଉଟରେ ଭାରତ ଇଂଲଣ୍ଡକୁ ୩-୨ରେ ପରାସ୍ତ କରିଥିଲା ।
ତେବେ ଗତକାଲିର ପରାଜୟର ପ୍ରତିଶୋଧ ନେବା ପାଇଁ ବ୍ଲୁ ଟର୍ଫକୁ ଓହ୍ଲାଇବ ଟିମ୍ ଇଂଲଣ୍ଡ । ସେପଟେ ଆଜିର ମ୍ୟାଚରେ ଭାରତ ବିଜୟ ଲାଭ କରି ଏଫଆଇଏଚ ପ୍ରୋ ଲିଗ୍ ହକିର ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ନିଜ ସ୍ଥାନ ସୁଦୃଢ଼ କରିବାକୁ ଚେଷ୍ଟା କରିବ । ଆଜି ଏହି ମ୍ୟାଚ ସ୍ଥାନୀୟ ସମୟ ସନ୍ଧ୍ୟା ୭.୩୦ରେ ଖେଳାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com