ଓଡ଼ିଶା

ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ, ୯ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ

କୁଚିଣ୍ଡା() ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ । ସମ୍ବଲପୁର ଜମନକିରା ରାଜସ୍ୱ ନିରୀକ୍ଷକ ମନୋଜ ମହାନନ୍ଦଙ୍କ ଧରିଛି ଭିଜିଲାନ୍ସ । ଅଫିସରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ ଚାଲିଛି ।

ଖବର ଅନୁଯାୟୀ, ଜମନକିରା ରାଜସ୍ବ ନିରୀକ୍ଷକ ମନୋଜ ମହାନନ୍ଦ ଆଜି ଏକା ଜମି ପଟେସନ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି l ଜମନକିରା ଓରାମ ପଡ଼ାର ଦୁଃଖା ମିଞ ତାଙ୍କ ର ଜମି ବିଭାଜନ ପାଇଁ ଆବେଦନ କରିଥିବା ବେଳେ ଆର.ଆଇ ତାଙ୍କୁ ତାଙ୍କ ଲାଞ୍ଚ ମାଗି ଥିଲେ l ପରେ ସେ ଭିଜିଲାସନ୍ସ ବିଭାଗ ସହ ଯୋଗାଯୋଗ କରିଥିଲା । ଦିନ ଦଶଟା ବେଳେ ତାଙ୍କ କାର୍ଯ୍ୟାଳୟରେ ୯ ହଜାର ଟଙ୍କା  ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ l ବିଭାଗ ପକ୍ଷରୁ ତାଙ୍କ ଅଫିସରେ ରେଡ ଜାରି ରହିଛି l

Related Articles

Back to top button
WP Twitter Auto Publish Powered By : XYZScripts.com