ଓଡ଼ିଶା

ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଅବଧି

ବଢିବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି। ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲାର ଶୁଣାଣି ଚାଲି ଥିବାବେଳେ ଆଉ ମାସେ ସମୟ ସୀମା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି । ଏଥି ସହିତ ସ୍ଲଟ୍ ବୁକିଂ ପାଇଁ ପୋଷ୍ଟ ଅଫିସ୍, ଜନସେବା କେନ୍ଦ୍ରକୁ ସାମିଲ୍ ପାଇଁ ପ୍ରସ୍ତାବ ଦିଆଯାଇଛି । ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ସମୟସୀମାକୁ ନେଇ ଚିନ୍ତାରେ ଥିବା ଗାଡ଼ି ଚାଳଳଙ୍କୁ ମିଳିଛି ଆଶ୍ବସ୍ତି । ପୁରୁଣା ନମ୍ବର ପ୍ଲେଟ ଥିଲେ ବି ଆସନ୍ତାକାଲି ଗଣିବାକୁ ପଡ଼ିବନି ଜରିମାନା । ଶୁକ୍ରବାର ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିବା ବେଳେ, ନିଜ ଆଡୁ ସତ୍ୟପାଠ ଦାଖଲ କରିଥିଲେ ପରିବହନ କମିଶନର । ଆସନ୍ତା ଅକ୍ଟୋବର ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଧାର୍ଯ୍ୟ ସମୟ ପୂର୍ବରୁ ବୁକିଂ ହୋଇପାରୁ ନଥିବାବେଳେ ବିଭିନ୍ନ ପ୍ରକାରର ସମସ୍ୟା ରହିଥିଲା । ଫଳରେ କିଏ ଟେକ୍ନିକାଲ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତ ଆଉ କିଏ ଅନ୍‌ଲାଇନ୍‌ରେ ଆବେଦନ କରିପାରୁନାହାନ୍ତି। ସେହିପରି ଆଉ କାହାକୁ ଡେଡ୍‌ଲାଇନ୍‌ର ବହୁ ପରେ ତାରିଖ ମିଳୁଛି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଅକ୍ଟୋବର ୩୧ ଯାଏ ହାଇସିକ୍ୟୁରିଟି ନମ୍ୱର ପ୍ଲେଟ ଅବଧିକୁ ବୃଦ୍ଧି କରାଯାିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com