ଓଡ଼ିଶା

ଗଞ୍ଜେଇ ଚାଲାଣ ବେଳେ ଅଟୋ ଓ ବାଇକ୍ ଜବତ, ୨ ଅଭିଯୁକ୍ତ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଛାପଡା ପୋଲିସକୁ ମିଳିଛି ବଡ଼ ସଫଳତା l ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନିଙ୍କ ନେତୃତ୍ବରେ ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏକ ଅଟୋ ଓ ଦୁଇଟି ବାଇକ୍ ସହ ୭୦ କେଜି ଗଞ୍ଜେଇ ଜବତ କରିଛି l ଏଥିରେ ସମ୍ପୃକ୍ତ ଥିବା ୨ ଗଞ୍ଜେଇ ମାଫିଆକୁ ମଧ୍ୟ ପୋଲିସ ଗିରଫ କରିବାରେ ସଫଳ ହୋଇଛି l

ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲା ଅତାବିରା ଥାନା କାଦୁଅବାହଲ ଗ୍ରାମର ନଜିର ଅହମ୍ମଦ ଓ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଖମାର ଗାଁର ରୋହିତ ଦୀପ । ଏହି ଦୁଇ ଜଣ ଗଞ୍ଜେଇ ମାଫିଆ ଦୀର୍ଘ ଦିନ ହେଲା ସମ୍ପୃକ୍ତ ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ କରି ଆସୁଥିଲେ । ଫଳରେ ପୋଲିସ ଏମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିଥିଲା l ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି l

Related Articles

Back to top button
WP Twitter Auto Publish Powered By : XYZScripts.com