ଓଡ଼ିଶା

ଜୁଲାଇ ୪ରୁ ବଢିବ ବର୍ଷା, ଆସୁଛି ଦୁଇଟି ଲଘୁଚାପ

ଭୁବନେଶ୍ୱର, ୦୧/୦୭/୨୨ :  ଆସନ୍ତା ଦୁଇ ସପ୍ତାହ ଭିତରେ ଓଡ଼ିଶା ଉପକୂଳ ପାଖରେ ଦୁଇଟି ଲଘୁଚାପ ଦାନା ବାନ୍ଧିପାରେ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୩ ଦିନ ଭିତରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ସେହିପରି ଜୁଲାଇ ଦ୍ୱିତୀୟ ସପ୍ତାହ ଆରମ୍ଭରେ ସେହି ସ୍ଥାନରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଜୁଲାଇ ୪ ରୁ ବର୍ଷା ବଢିବା ନେଇ ସମ୍ଭାବନା ରହିଛି । ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରଥଯାତ୍ରାରେ ବିଭିନ୍ନ ସ୍ଥାନରେ ହାଲୁକାରୁ ସ୍ୱଳ୍ପ ବର୍ଷା ହେବ । ପାଗ ମୁଖ୍ୟତଃ ମେଘୁଆ ରହିବ । ପୁରୀରେ ସକାଳେ ବର୍ଷା ସମ୍ଭାବନା ଅଛି । ଜୁଲାଇ ୧୦ରେ ପୁରୀରେ ପ୍ରବଳ ବର୍ଷା ହୋଇପାରେ । ରାଜ୍ୟରେ ଜୁଲାଇ ୧ରୁ ୩ ହାଲୁକାରୁ ସ୍ୱଳ୍ପ, ୪ରୁ ୬ ହାଲୁକାରୁ ମଧ୍ୟମ ଓ ୭ରୁ ୧୦ ତାରିଖ ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ୧୦ ଦିନରେ ରାଜ୍ୟରେ ହାରାହାରି ୧୩୫ ମିମି ବର୍ଷା ସମ୍ଭାବନା ଅଛି ।

Related Articles

Back to top button
WP Twitter Auto Publish Powered By : XYZScripts.com