ଓଡ଼ିଶା

ଚଳିତ ବର୍ଷ ଅଫଲାଇନରେ ମାଟ୍ରିକ ପରୀକ୍ଷା, ତିନୋଟି ପଦ୍ଧତିରେ ମୂଲ୍ୟାୟନ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ।ଏହାସହ ଅଫଲାଇନ୍ ପରୀକ୍ଷା ହେବା ସହ ତିନୋଟି ପଦ୍ଧତିରେ ମୂଲ୍ୟ ନିର୍ଦ୍ଧାରଣ ହେବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ୨ ବର୍ଷ ହେଲା କରୋନା ମହାମାରୀ ଲାଗି ରହିଛି । ପ୍ରଥମ ଥର ପାଇଁ ସମସ୍ତେ ଏପରି ରୋଗର ସାମ୍ନା କରୁଛନ୍ତି । ତିନୋଟି ଲହରୀ ଗଲାଣି । ଏହା ମାନସିକ, ଶାରୀରିକ ଓ ଅର୍ଥନୈତିକ ଶକ୍ତିକୁ ପ୍ରଭାବିତ କରିଛି ।ପାଠପଢାକୁ ମଧ୍ୟ ପ୍ରଭାବିତ କରିଛି । ଅନେକ ପିଲା ସ୍କୁଲ ଯାଇ ପାରିନାହାଁନ୍ତି । ଲକଡାଉନ୍ ଓ ସଟଡାଉନ୍ ପାଇଁ ସ୍କୁଲ ବନ୍ଦ ରହିଛି । ଅନେକ ମାନସିକ ଭାରସାମ୍ୟ ହରାଇଛନ୍ତି । ଗତବର୍ଷ କରୋନା ପାଇଁ ଦଶମ ଶ୍ରେଣୀ ପରୀକ୍ଷା ହୋଇପାରିନଥିଲା । ନୂଆ ମୂଲ୍ୟାୟନ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏବର୍ଷ ୨୦୨୧-୨୨ ଶିକ୍ଷାବର୍ଷରେ କିଛି ସ୍ଥିତି ସୁଧୁରିଛି ।

ପ୍ରଥମ ପଦ୍ଧତିରେ ସମେଟିଭ୍ ଆସେସମେଣ୍ଟ୍ ୧ ଓ ଇଣ୍ଟରନାଲ ଆସେସମେଣ୍ଟକୁ ଦୁଇ ଗୁଣା କରି ଛାତ୍ରଛାତ୍ରୀଙ୍କ ମାର୍କ ବାହାରିବ । ଦ୍ୱିତୀୟ ପର୍ଯ୍ୟାୟରେ ସମେଟିଭ୍ ଆସେସମେଣ୍ଟ୨ ଆଧାରରେ ମାର୍କ ଦିଆଯିବ । ତୃତୀୟ ପଦ୍ଧତିରେ ବିଭିନ୍ନ ପରୀକ୍ଷା ଫଳ ମିଶାଇ ମାର୍କ ନିର୍ଦ୍ଧାରଣ କରାଯିବ । ଯେଉଁଥିରେ ଛା୍ରଛାତ୍ରୀ ସର୍ବାଧିକ ନମ୍ବର ରଖିବେ ତାକୁ ହିଁ ଚୂଡାନ୍ତ ଫଳ ବୋଲି ଧରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com