ଓଡ଼ିଶା

ପୁଣି ଅଲୋଡା ଶିଶୁ କନ୍ୟା, ବୁଦା ମୂଳରୁ ହେଲା ଉଦ୍ଧାର

ଆନନ୍ଦପୁର: ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଆନନ୍ଦପୁର ବୈତରଣୀ ନଦୀର ରାଜଘାଟ ନିକଟ ବୁଦା ମୂଳରୁ ମଙ୍ଗଳବାର ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଶିଶୁ କନ୍ୟାକୁ ଉଦ୍ଧାର କରି ଯୁବକମାନେ ତୁରନ୍ତ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଶିଶୁ କନ୍ୟାଟି ସୁସ୍ଥ ଥିବା ଜଣାପଡିଛି । ତେବେ କିଏ ଏବଂ କେଉଁ ପରିସ୍ଥିତିରେ ଶିଶୁଟିକୁ ସେଠାରେ ଛାଡି ଯାଇଛି ତାର ତଦନ୍ତ କରୁଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com