ଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟ

ମା’ଙ୍କୁ ଦିଆଗଲା ମେଲାଣି

ଭୁବନେଶ୍ୱର ,୦୬/୧୦/୨୦୨୨-  ପାଞ୍ଚ ଦିନ କାଳ ପାର୍ବଣର ଉତ୍ସାହ ଆନନ୍ଦ ପରେ ଆଜି ଶେଷ ଦିନ ଭସାଣିରେ ମାଙ୍କୁ ଦିଆଯାଇଛି ମେଲାଣି । ଧରା ପୃଷ୍ଠରୁ ବିଦାୟ ନେଇଛନ୍ତି ମା’ ଜଗତ ଜନନୀ । ଏକ ଭିନ୍ନ ଆବେଗ ଲୋତକ ଭରା ନୟନରେ ମାଙ୍କୁ ଦିଆଯାଇଛି ବିଦାୟ । ପ୍ରତୀକ୍ଷା ପୁଣି ଆର ବର୍ଷକୁ । ମହାମାୟାଙ୍କର ଭସାଣ ଉତ୍ସବ ପାଇଁ ଭୁବନେଶ୍ୱର କଟକ ସମେତ ବିଭିନ୍ନ ସହରରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି ।

କଟକରେ କାହିଁ କେଉଁ କାଳରୁ ଅବଲମ୍ବନ କରାଯାଇ ଆସୁଥିବା ସାମୂହିକ ଭଷାଣି ଉତ୍ସବ ବୁଧବାର ମଧ୍ୟରାତ୍ରିରୁ ଆରମ୍ଭ ହୋଇଛି । ସେହିଭଳି ଭୁବନେଶ୍ୱରରେ ସହିଦ ନଗର , ନୂଆ ପଲ୍ଲୀ, ଏକାମ୍ରକ୍ଷେତ୍ର, ଉତ୍ତର ଭୁବନେଶ୍ୱରର ଆଦି ସ୍ଥାନରେ ଭସାଣି ଉତ୍‌ଦବ କମିଟି ଜରିଆରେ ମାଙ୍କୁ ବିଦାୟ ଦିଆଯାଇଛି । ଭସାଣି ଉତ୍ସବ ଦେଖିବରକୁ ଏହି ସବୁ ଅଞ୍ଚୂର ରାସ୍ତା କଡ଼ରେ ମର୍ଷା ସତ୍ତ୍ୱେ ବି ପ୍ରବଳ ଜନସମାଗମ ଲକ୍ଷ୍ୟ କରାଯାଇଛି । ଏନେଇ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ପାରମ୍ପାରିକ ରଣପା , ଗୋଟିପୁଅ , ଆଦିବାସୀ ନୃତ୍ୟ ସହ ଘଣ୍ଟ ପାଟୁଆ, ଘୋଡ଼ା ନାଚ, ଆଧୁନିକ ଡ଼ିଜେର ତାଳେ ତାଳେ ଲୋକେ ଆନନ୍ଦ ଉଠାଇଛନ୍ତି ।

ସେହିଭଳି ବୁଧବାର ମଧ୍ୟରାତ୍ରୀରୁ କିଛି ବଙ୍ଗୀୟ ସମ୍ପ୍ରଦାୟର ପୂଜାମଣ୍ଡପ ମୂର୍ତ୍ତିକୁ ଭୁବନେଶ୍ୱର କୁଆଖାଇ ନଦୀ ପଠାରେ ପ୍ରସାଶନ ପକ୍ଷରୁ ତିଆରି ହୋଇଥିବା ସ୍ୱତନ୍ତ୍ର ଅସ୍ଥାୟୀ ଗାଡ଼ିଆରେ ବିସର୍ଜନ କରାଯାଇଛି । ଭସାଣି ଉତ୍ସବ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥିପାଇଁ ଟ୍ୱିନସିଟିରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ଭସାଣ ପାଇଁ ଭୁବନେଶ୍ୱରରେ ୧୭ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ରାଜଧାନୀରେ ଭସାଣ ଉତ୍ସବ ପାଇଁ ୩ ଜଣ ଅତିରିକ୍ତ ଡିସିପି ଦାୟିତ୍ୱରେ ନିୟୋଜିତ ଅଛନ୍ତି । ଭଷାଣି ବେଳେ ୬୫ ଡିସିବେଲରୁ ଅଧିକ ଉଚ୍ଚ ସ୍ୱରରେ ଡିଜେ ବାଜିବ ନାହିଁ । ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ରୁଟ୍ ଲାଇନ ବ୍ୟବସ୍ଥା କରାଯାଇଛି । ଟ୍ରାଫିକରେ ଜାମ ସ୍ଥିତି ନଉପୁଜିବା ଉପରେ ଗୁରୁତ୍ୱ ଦିଆଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ବାରିକେଡର ବ୍ୟବସ୍ଥା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com