ଓଡ଼ିଶା

ସାରା ରାଜ୍ୟକୁ ଛୁଇଁଲା ମୌସୁମୀ ବାୟୁ, ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସାରା ରାଜ୍ୟକୁ ଛୁଇଁଲା ମୌସୁମୀ ବାୟୁ । ଆଜି ସାରା ରାଜ୍ୟକୁ ଅଗ୍ରସର ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଖବର ଅନୁଯାୟୀ, ଶେଷ ରଜରେ ଓଡିଶା ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ପ୍ରଭାବରେ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । କିନ୍ତୁ ପରେ ପାଗ ଅନୁକୁଳ ନଥିବାରୁ ଆଗକୁ ବଢିପାରୁନଥିଲା ମୌସୁମୀ ବାୟୁ । ଏବେ ପାଗ ଅନୁକୁଳ ହେବାରୁ ଆଗକୁ ବଢିଛି ମୌସୁମୀ ବାୟୁ । ଧୀରେ ଧୀରେ ଏବେ ପୁରା ରାଜ୍ୟକୁ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଯାହାଫଳରେ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ସାରା ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଟ୍ୱିଟ୍‌ ଯୋଗେ ଏହି ସୂଚନା ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com