ଓଡ଼ିଶା

ଏପ୍ରିଲ ୪ ରୁ ସକାଳୁଆ କୋର୍ଟ: ୭ ଟାରୁ ଦିନ ୧ଟା ଯାଏଁ ଚାଲିବ କାର୍ଯ୍ୟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ତାପମାତ୍ରା । ଦିନରେ ତାପମାତ୍ରା ୩୯ଂ ଉପରେ ରହୁଛି । ଫଳରେ ରାସ୍ତାରେ ଚାଲିବା ମଧ୍ୟ ମୁସ୍କିଲ ହେଉଛି । ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ଏଭଳି ତାପମାତ୍ରା ବୃଦ୍ଧି ପାଇଛି ।
ସେପଟେ ଖରାକୁ ଦୃଷ୍ଟିରେ ରଖି ଏପ୍ରିଲ ୪ ତାରିଖରୁ ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ ସକାଳୁଆ ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି । ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର, ଛତ୍ରପୁର, କୋରାପୁଟ କୋର୍ଟ ଛାଡ଼ି ସବୁ କୋର୍ଟ ସକାଳୁଆ ହେବ । ସକାଳ ୭ଟାରୁ ଦିନ ୧ ଟା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଚାଲିବ । ମଝିରେ କେବଳ ଦିନ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ଅଧଘଣ୍ଟା ବିରତି ରହିବ । ଏନେଇ ସବୁ ଜିଲ୍ଲା ଜଜମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ରେଜିଷ୍ଟ୍ରାର ।

 

Related Articles

Back to top button
WP Twitter Auto Publish Powered By : XYZScripts.com