ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ନବଜୀବନ ସେବା ଆଶ୍ରମରେ କୁମାରପୂର୍ଣ୍ଣିମା ଉପଲକ୍ଷେ ନୂତନ ବସ୍ତ୍ର ବଣ୍ଟନ

ବ୍ରହ୍ମପୁର, ୧୨ /୧୦/୨୦୨୨-    ତିରୁପତି ନବ ଜୀବନ ଟ୍ରଷ୍ଟ ତରଫରୁ ଅନ୍ନଲକ୍ଷ୍ମୀ କାର୍ଯ୍ୟକ୍ରମ ପ୍ରତି ମାସ ଭଳି ଚଳିତ ମାସରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ୧୫ ଟି ଗ୍ରାମରୁ ଆସିଥିବା  ୫୦ ଜଣ ବିଧବା ମହିଳାଙ୍କୁ ଶୁଖୁଲା ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ପ୍ରଥମେ ଦୀପ ପ୍ରଜ୍ଜ୍ୱଳନ କରାଯାଇ  ଏକମ୍ୱା ମନ୍ତ୍ର ଏବଂ ବେଦ ମନ୍ତ୍ର ଦ୍ବାରା ସ୍ବାଗତ ସମ୍ବର୍ଦ୍ଧନ କରାଯାଇ ସମସ୍ତଙ୍କର ଦୁଃଖ ନିବାରଣ ନିମନ୍ତେ ଭଗବାନଙ୍କୁ ପ୍ରାର୍ଥନା କରାଯାଇଥିଲା । ଏଥିରେ ଆଶ୍ରମର ଅନ୍ତେବାସୀଙ୍କୁ ଏବଂ ଅନ୍ନଲକ୍ଷ୍ମୀ ରେ ଆସିଥିବା ବିଧବା ମହିଳାଙ୍କୁ ନୂଆ ଶାଢ଼ୀ କୁମାରପୂର୍ଣ୍ଣିମା ନିମନ୍ତେ ନୂତନ ବସ୍ତ୍ର ନବଜୀବନ ସେବା ଆଶ୍ରମ ର ସମସ୍ତ ଅନ୍ତେବାସି ସମସ୍ତଙ୍କୁ ନୂତନ ବସ୍ତ୍ର ବଣ୍ଟନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମକୁ କେ.ଶ୍ରୀଧର ଆଚାର୍ଯ୍ୟ ମାର୍ଗଦର୍ଶନରେ ଏବଂ ଡାକ୍ତର ଟି. ପ୍ରକାଶ ରାଓଙ୍କ ଅଧ୍ୟକ୍ଷତାରେ ଆଶ୍ରମର ପରିଚାଳକ ସୁଶାନ୍ତ କୁମାର ମହାରଣା ପରିଚାଳନା କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ଆଶ୍ରମର କାର୍ଯ୍ୟକର୍ତ୍ତା ପ୍ରଶାନ୍ତ କୁମାର ବାହିନୀପତି, ସୁଦର୍ଶନ ସାମନ୍ତରା, ରତ୍ନାକର ପ୍ରଧାନ, ଜଗଦୀଶ ପାଣିଗ୍ରାହୀ, ଭି.ସୂର୍ଯ୍ୟ ପ୍ରକାଶ ଆଦିତ୍ୟ ନାରାୟଣ ସାହୁ , ଜଗନ୍ନାଥ ସାବତ, ମନୋରଞ୍ଜନ ସାବତ, ସସ୍ମିତା ମହାରଣା, ରଚନା ବେହେରା ପ୍ରମୁଖ ଉପସ୍ଥିତି ରହି ସେବା କାର୍ଯ୍ୟକୁ ସହଯୋଗ କରିଥିଲେ । ଶେଷରେ ଶାନ୍ତି ପାଠ ହୋଇ ସମାପନ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com