ଓଡ଼ିଶା

 କୁକୁର କାମୁଡାରେ ଚାଲିଗଲା ଶିଶୁ କନ୍ୟାର ଜୀବନ

ପାଟଣାଗଡ, ୧୩ /୧୦/୨୦୨୨-   କୁକୁର କାମୁଡାରେ ଚାଲିଗଲା ଶିଶୁର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡର ବାଲିପଟା ଗାଁରେ । ୩ ବର୍ଷ ବୟସ୍କ ମୃତ କନ୍ୟା ଶିଶୁର ନାମ ଦୀପା ମୁଣ୍ଡା । ଘର ବାହାରେ ଖେଳୁଥିବା ବେଳେ ଏକ ପାଗଳା କୁକୁର ତାକୁ ଆକ୍ରମଣ କରି ଲହୁଲୁହାଣ କରିଥିଲା । ଶିଶୁଟିର କାନ୍ଦ ଶୁଣି ଘରଲୋକେ ଆସି ଗୁରୁତର ଅବସ୍ଥାରେ କୁକୁର କବଳରୁ ଝିଅକୁ ଉଦ୍ଧାର କରିଥିଲେ ।

କୁକୁରଟି ଦୀପାର ମୁହଁ, ବେକ, ଛାତି ଓ ପେଟରେ କାମୁଡି ଗଭୀର କ୍ଷତ ସୃଷ୍ଟି କରିଥିଲା । କ୍ଷତାକ୍ତ ଅବସ୍ଥାରେ ଛିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ବି ଛିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ । ସମ୍ପୃକ୍ତ ଅଞ୍ଚଳରେ ଏହି ପାଗଳା କୁକୁର ଆତଙ୍କ ଖେଳାଇ ଦେଇଛି । ଏହି ଘଟଣାକୁ ଛାଡି ଆହୁରି ୧୨ ଜଣ ଲୋକ କୁକୁର କାମୁଡାରେ ଆହତ ହୋଇଛନ୍ତି । ଯାହାକୁ ଦେଖିଲେ ତାକୁ କାମୁଡିବାକୁ ଦୌଡିଆସୁଛି । ଫଳରେ ସେଠାରେ ଭୟର ପରିବେଶ ସୃଷ୍ଟି ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com