ଓଡ଼ିଶା

ଆଜି ବିଶ୍ବ ପାଖଳ ଦିବସ, ଓଡିଆଙ୍କ ପ୍ରିୟର ଖାଦ୍ୟ

ଭୁବନେଶ୍ବର () ମାର୍ଚ୍ଚ 20: ଓଡିଶା ସମେତ ସବୁ ଆଡେ ଆଜି ପାଳିତ ହେଉଛି ବିଶ୍ବ ପଖାଳ ଦିବସ । ପ୍ରତି ଓଡ଼ିଆଙ୍କର ପସନ୍ଦର ଖାଦ୍ୟ ହେଉଛି ପଖାଳ । ଖରାଦିନ ଆସିଲେ ଓଡ଼ିଆଙ୍କ ଖୋଜା ପଡ଼େ ପଖାଳ କଂସା । କି ଗରିବ କି ଧନୀ ସଭିଙ୍କ ପ୍ରଥମ ପସନ୍ଦର ପ୍ରିୟ ଖାଦ୍ୟ ପଖାଳ । ଅତ୍ୟାଧୁନିକ ଜୀବନଶୈଳୀରେ ଅନେକ ପରମ୍ପରା ବଳି ପଡ଼ିଥିଲେ ବି ପଖାଳ ତା’ର ସତ୍ତା କିମ୍ବା ମହକ ହରାଇ ନାହିଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମଧ୍ୟ ପ୍ରିୟ ଖାଦ୍ୟ ହେଉଛି ପଖାଳ । ଶ୍ରୀମନ୍ଦିରର ଟଙ୍କ ତୋରାଣିରୁ ଏହାର ପ୍ରମାଣ ମିଳେ । ଖରା ଦିନେ ପଖାଳ କଂସାରେ ହିଁ ଓଡ଼ିଆଙ୍କୁ ଶାନ୍ତି ମିଳିଥାଏ । ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱବ୍ୟାପୀ ପଖାଳ ଦିବସ’ ଭାବେ ଘୋଷଣା କରାଯାଇଛି । ୨୦୧୨ ମସିହାରୁ ଏହା ପାଳନ ହୋଇଆସୁଛି । ପାଖରେ କିଛି ଥାଉ କି ନଥାଉ  କଂସେ ପଖାଳ, ଲଙ୍କା ଓ ବଡ଼ିଚୁରା ଥିଲେ ଜମିଲା ପଖାଳ ଖାଇବା । ବିଶ୍ବର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ଏହି ଦିନଟିକୁ ଚାହିଁ ବସିଥାନ୍ତି । ଗାଁଠୁ ସହର ସବୁଠି ସବୁଦିନ ଲୋକେ ଲୋଡିଥାନ୍ତି ପଖାଳ ।

ପଖାଳ ଦିବସ ଉପଲଖେ ଗ୍ରାହକଙ୍କ ଚାହିଦାକୁ ପୂରଣ କରିବାକୁ ଛୋଟଠୁ ବଡ଼ ତାରାକା ହୋଟେଲ ପର୍ୟ୍ଯନ୍ତ ପ୍ରସ୍ତୁତ ହେଉଛି ସ୍ବତନ୍ତ୍ର ପଖାଳ । ଦହି ମିଶା ପଖାଳ ସାଙ୍ଗକୁ ଶାକାହାରୀଙ୍କ ପାଇଁ ଶାଗ ଭଜା, ଆଳୁ ଚକଟା, ଚିପ୍‌ସ, କଖାରୁ ଫୁଲ ପିଠୋଉ, ବଡ଼ି ଚୂରା ଓ ଆମ୍ବୁଲ ରାଇ ଭଳି ଖାଣ୍ଟି ଓଡ଼ିଆ ଖାଦ୍ୟ ଏବଂ ଆମିଷରେ ପଖାଳ ସହ ଚୁନାମାଛ ବେସର , ବଡ ମାଛ ଭଜା, ଚିଙ୍ଗୁଡ଼ି ଛେଚା ଆଦି ଗ୍ରାହକଙ୍କୁ ଶାନ୍ତି ଦେଇଥାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com