Featuredଓଡ଼ିଶା

ବୁର୍ଲା ପାୱାର ଚାନେଲରୁ ଡେଇଁ ଛାତ୍ରୀ ନିଖୋଜ,ପୁରୁଷ ବନ୍ଧୁକୁ ପଚରା ଉଚରା କରୁଛି ପୁଲିସ

ଭୁବନେଶ୍ୱର: ବୁର୍ଲା ପାୱାର ଚାନେଲରୁ ଡେଇଁ ଛାତ୍ରୀ ନିଖୋଜ। ଛାତ୍ରୀ ଜଣଙ୍କ ହେଲେ କଳାହାଣ୍ଡି ଜିଲ୍ଲା ରାମପୁର ଅଂଚଳର ଚିନ୍ମୟୀ ପ୍ରିୟଦର୍ଶନୀ ସାହୁ । ସେ ଥିଲେ ଭିସୁଟ୍‌ର ଆଇଟି ବିଭାଗର ସ୍ନାତକୋତ୍ତର ଛାତ୍ରୀ।

ଗତକାଲି ଭିସୁଟ୍‌ର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ସେ ମାନପତ୍ର ଗ୍ରହଣ କରିଥିଲେ । ପରେ ଚିନ୍ମୟୀ ତାଙ୍କ ପୁରୁଷ ସହପାଠୀ ପ୍ରୀତିକାନ୍ତ ଦେଙ୍କ ସହ ନିକଟସ୍ଥ ପାୱାର ଚାନେଲ ନିକଟକୁ ଯାଇଥିଲେ। ସେଠାରେ ଛାତ୍ରୀ ଜଣଙ୍କ ହଠାତ ଗଭୀର ପାଣିକୁ ଡେଇଁ ପଡ଼ିଥିଲେ । ବୁର୍ଲା ପୋଲିସ ଓ ବୁର୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ରାତିରେ ସର୍ଚ୍ଚ ଅପରେସନ କରାଯାଇଥିଲେ ସୁଦ୍ଧା ମୃତ ଦେହ ଉଦ୍ଧାର ହୋଇପାରିନଥିଲା । ବୁଧବାର ସକାଳୁ ପୁଣି ଥରେ ଗଭୀର ପାଣି ରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ତେବେ କଣ ପାଇଁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ ତାର କାରଣ ଜଣାପଡ଼ିନଥିବା ବେଳେ ପୋଲିସ ଏ ଦିଗରେ ଅଧିକ ତଦନ୍ତ ଜାରି ରଖିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com