ଓଡ଼ିଶାରାଜନୀତି

୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ, ଆଦିବାସୀ ଭାଷା ଓ ଲିପିକୁ ଦିଆଯାଉ ସରକାରୀ ସ୍ୱୀକୃତି

ଭୁବନେଶ୍ୱର: ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ । ଆଦିବାସୀ ଭାଷା ଓ ଲିପିକୁ ସରକାରୀ ସ୍ୱୀକୃତି ଦିଆଯିବା ଦାବି ନେଇ ମାଶା ଆର୍ମି ସହିତ ବିଭିନ୍ନ ସଂଗଠନ ଏହି ବନ୍ଦ ଡାକରା ଦେଇଛନ୍ତି । ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ଫଳରେ ଜିଲ୍ଲାର ବାରିପଦା, କପ୍ତିପଦା, ପଞ୍ଚପିଢ଼ି, ବାମନଘାଟିରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାରେ ୨୦୦୭ ରେ ରାଜ୍ୟ ସରକାର ୧୦୦ ଜଣ ଅଲିଚିକି କମ୍ୟୁନିଟି ମୋବିଲାଇଜର ଓ ୨୦୦୯ ରେ ୨୦ ଜଣ ମୁଣ୍ଡାରୀ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ। ସ୍ୱଳ୍ପ ଦରମା ପାଉଥିବା ସତ୍ୱେ ବିଦ୍ୟାଳୟରେ ଏମାନେ ଅନ୍ୟ ଶିକ୍ଷକଙ୍କ ଭଳି ଶିକ୍ଷାଦାନ କରିବା ସଙ୍ଗେ ସଙ୍ଗେ ସରକାରଙ୍କ ନିର୍ଦ୍ଦେଶିତ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ମଧ୍ୟ କରି ଆସୁଛନ୍ତି। ଦୀର୍ଘ ୧୫ ବର୍ଷ ନିରବଚ୍ଛିନ୍ନ କାର୍ଯ୍ୟ କରିଥିବା ଯୋଗୁଁ ସରକାର ତାଙ୍କୁ ନିୟମିତ କରିବା ନେଇ ବାରମ୍ବାର ସେମାନେ ଦାବି କରିଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ଯାହାର ପ୍ରତିବାଦରେ ଆଜି ଏହି ବନ୍ଦ ପାଳନ କରାଯାଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com