ଓଡ଼ିଶା

ରାଜଧାନୀରେ ଦୁର୍ଘଟଣା, ମାଛ ବୋଝେଇ ଟ୍ରକ୍‌କୁ ପିଟିଲା ରିଲାଏନ୍ସ କମ୍ପାନୀର ଟ୍ରକ, ଦୁଇ ଗୁରୁତର

ଭୁବନେଶ୍ୱର() ସିଆରପି ଛକ ଓଭରବ୍ରିଜ ଉପରେ ମାଛ ଟ୍ରକ ପଛରେ ପିଟିଲା ରିଲାଏନ୍ସ କମ୍ପାନୀର ଟ୍ରକ । ଦୁର୍ଘଟଣାରେ ରିଲାଏନ୍ସ ଟ୍ରକର ଡ୍ରାଇଭର ଓ ଅନ୍ୟ ଜଣେ ରିଲାଏନ୍ସ କମ୍ପାନୀର କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସଂଗେସଂଗେ ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ଫସିରହିଥିବା ଡ୍ରାଇଭର ଓ କର୍ମଚାରୀଙ୍କୁ ଚାପି ହୋଇଥିବା ଲୁହାକୁ କାଟି ଡ୍ରାଇଭର ଓ କର୍ମଚାରୀଙ୍କୁ ବାହାର କରାଯାଇଥିଲା । ଖଣ୍ଡଗିରିରୁ ସିଆରପି ଅଭିମୁଖେ ଯାଉଥିବାବେଳେ ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛ ଟ୍ରକଟି ହଠାତ ବ୍ରେକଡାଉନ ହୋଇଯିବାରୁ ଗାଡିଟି ଡାହାଣ ପାର୍ଶ୍ୱରେ ରଖିଦେଇଥିଲା ଡ୍ରାଇଭର । ଯାହାଫଳରେ ଏକ ରିଲାଏନ୍ସ ଟ୍ରକ ଦ୍ରୁତ ଗତିରେ ଆସି ମାଛ ଟ୍ରକ ପଛରେ ପିଟି ଦେଇଥିଲା । ଯାହାଫଳରେ ଏଭଳି ଦୁର୍ଘଟଣା ଘଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com