ଅନ୍ତର୍ଜାତୀୟରାଜନୀତି

ଜେଲେନସ୍କିଙ୍କୁ ୟୁକ୍ରେନର ରାଷ୍ଟ୍ରପତି ଭାବେ ଗ୍ରହଣ କରେ ଋଷିଆ, କିନ୍ତୁ ତାଙ୍କ ଦମନ ନୀତିରୁ ୟୁକ୍ରେନକୁ ମୁକ୍ତ କରିବାକୁ ଚାହେଁ ମସ୍କୋ

ନୂଆଦିଲ୍ଲୀ :  ଋଷ ୟୁକ୍ରେନବାସୀଙ୍କ ମୁକ୍ତି ଦେବାକୁ ଚାହୁଁଛି। ୟୁକ୍ରେନ ନିଜର ସମସ୍ତ ସୈନ୍ୟ ପ୍ରତ୍ୟାହାର କରୁ । ଏହାସହ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନସ୍କି ନାଜିବାଦରୂ ଦୂରେଇ ରୁହନ୍ତୁ ବୋଲି ମସ୍କୋ ଚାହୁଁଛି । ଏହା କହିଛନ୍ତି ଋଷ ବୈଦେଶିକ ମନ୍ତ୍ରୀ ସରଜେ ଲାଭରୋଭ୍ ।
ଲାଭରୋଭ୍ କହିଛନ୍ତି ଯେ, ୟୁକ୍ରେନ ରାଷ୍ଟ୍ରପତି ନିଜ ଲୋକଙ୍କୁ ମିଛ କହିଛନ୍ତି । କିଛି ପ୍ରତିଶ୍ରୁତି ପୂରଣ କରିନାହାଁନ୍ତି । ଏପରିକି ଜେଲେନସ୍କି ଋଷ ବିରୋଧୀ ଷଡଯନ୍ତ୍ର କରୁଛନ୍ତି ।  ବାରମ୍ବାର ବିବାଦୀୟ ମନ୍ତବ୍ୟ ଦେଉଛନ୍ତି ।
ଋଷର ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ସେ କହିଛନ୍ତି ଯେ, ସେମାନେ ଜେଲେନସ୍କିଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଭାବେ ଗ୍ରହଣ କରୁଛନ୍ତି । କିନ୍ତୁ ୟୁକ୍ରେନକୁ ଅକ୍ତିଆର କରିବା ପାଇଁ ସୋମନେ ଚାହୁଁଛନ୍ତି । ୟୁକ୍ରେନ ନାଗରିକମାନେ ଏଥିରେ ସହମତ ହେବା ଦରକାର । ଏବେ ୟୁକ୍ରେନରେ ରାଷ୍ଟ୍ରପତି ଜେଲେନସ୍କିଙ୍କ ଦମନଲୀଳା ଚାଲିଛି । ଥରେ ୟୁକ୍ରେନ ଋଷ ଅଧିନକୁ ଆସିଗଲେ ସେଠାକାର ନାଗରିକମାନେ କିପରି ଜୀବନ ଉପଭୋଗ କରାଯାଏ ଜାଣିପାରିବେ ।  ସେମାନଙ୍କୁ ନିଜ ଜୀବନ ବଞ୍ଚିବାର ସ୍ୱାଧିନତା ମିଳିବ । ୟୁକ୍ରେନ ନାଜିବାଦରୁ ମୁକ୍ତ ହେବ ।
ଲାଭରୋଭଙ୍କ ବୟାନ ସେତେବେଳେ ଆସିଛି ଯେତେବେଳେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଅଷ୍ଟମ ଦିନରେ ପହଁଚିଛି । ଋଷର ଘନଘନ ଆକ୍ରମଣରେ ୟୁକ୍ରେନର ରାସ୍ତାଘାଟ, ସ୍ମାରକି ସବୁ ଶ୍ମଶାନ ପାଲଟିଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com