Featuredଅନ୍ତର୍ଜାତୀୟ

୧୦୦୦ ଗର୍ଲଫ୍ରେଣ୍ଡ ଥିବା ଧର୍ମଗୁରୁଙ୍କୁ ମିଳିଲା ୮୬୫୮ ବର୍ଷ କାରାଦଣ୍ଡ ! କାରନାମା ଜାଣିଲେ ମୁଣ୍ଡରେ ହାତ ଦେବେ

ଭୁବନେଶ୍ୱର: ଦୁନିଆରେ ବହୁତ ଲୋକ ଅଛନ୍ତି ଯାହାର ଶୋଷଣ ସାଧାରଣ ଲୋକଙ୍କ କଳ୍ପନା ବାହାରେ । ଏଥି ମଧ୍ୟରୁ ଗୋଟିଏ ହେଉଛି ତୁର୍କୀର ଧାର୍ମିକ ନେତା, ଯିଏ ସେଠାରେ ଥିବା ଏକ କୋର୍ଟ ଦ୍ୱାରା ୮୬୫୮ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଏହି ଦଣ୍ଡ ଐତିହାସିକ ଏବଂ ଏହି ଧାର୍ମିକ ନେତାଙ୍କୁ ସାରା ଜୀବନ ଜେଲରେ ରହିବାକୁ ପଡିବ।

ପ୍ରକୃତରେ, ତୁର୍କୀରେ ଟେଲିଭିଜନରେ ଇସଲାମ ସହ ଜଡିତ ଉପଦେଶ ଦେଉଥିବା ଏହି ଧାର୍ମିକ ନେତାଙ୍କ ନାମ ହେଉଛି ଅଦନାନ୍ ଔକତାର । ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇସ୍ତାନବୁଲ କୋର୍ଟ ଅଦନାନ୍ ଙ୍କୁ ୮୬୫୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଆତଙ୍କବାଦୀ ସଂଗଠନ ଚଳାଇବା, ଯୌନ ଶୋଷଣ, ନାବାଳିକାଙ୍କୁ ବଳାତ୍କାର, ବ୍ଲାକମେଲ, ମନି ଲଣ୍ଡରିଂ ଏବଂ ଗୁପ୍ତଚର କାର୍ଯ୍ୟ ପାଇଁ ତାଙ୍କୁ ଦଣ୍ଡିତ କରାଯାଇଛି।

ଆଶ୍ଚର୍ଯ୍ୟର କଥା, ଅଦନାନ୍ ଜଜ୍ ଙ୍କୁ କହିଥିଲେ ଯେ ତାଙ୍କର ପାଖାପାଖି ୧୦୦୦ ଗର୍ଲଫ୍ରେଣ୍ଡ ଅଛନ୍ତି। ଶୁଣାଣି ସମୟରେ ଅଦନନ୍ ଅନେକ ରହସ୍ୟ ଏବଂ ଭୟଙ୍କର ଯୌନ ଶୋଷଣ ଅପରାଧ ବିଷୟରେ ପ୍ରକାଶ କରିଥିଲେ। କିଛି ବର୍ଷ ପୂର୍ବେ, କିଛି ମହିଳା ଅଭିଯୋଗ କରିଥିଲେ ଯେ ଅଦନନ୍ ଅନେକ ମହିଳାଙ୍କୁ ବଳାତ୍କାର କରିଥିଲେ ଏବଂ ସେମାନଙ୍କୁ ଗର୍ଭନିରୋଧକ ଔଷଧ ଖାଇବାକୁ ବାଧ୍ୟ କରିଥିଲେ। ଥରେ ଅଦନାନ୍ ଙ୍କ ଘରୁ ୬୯ ହଜାର ଗର୍ଭନିରୋଧକ ବଟିକା ମିଳିଥିଲା।

 

Related Articles

Back to top button
WP Twitter Auto Publish Powered By : XYZScripts.com