Featuredଅନ୍ତର୍ଜାତୀୟ

ୟୁକ୍ରେନରେ ଶାନ୍ତି ପାଇଁ ୟୁଏନରେ ପାରିତ ହେଲା ପ୍ରସ୍ତାବ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ବର୍ଷେ ପୂରିଛି। ଏହାରି ମଧ୍ୟରେ ଗୁରୁବାର ମିଳିତ ରାଷ୍ଟ୍ର ମହାସଭାରେ ଯୁଦ୍ଧକୁ ରୋକିବା ପାଇଁ ଏକ ପ୍ରସ୍ତାବ ପାରିତ ହୋଇଛି। ପ୍ରସ୍ତାବରେ ରୁଷର ୟୁକ୍ରେନ ପ୍ରତି ଥିବା ଶତ୍ରୁତା ସମାପ୍ତ କରିବା ଏବଂ ତତ୍କାଳ ଏହାର ସେନା ପ୍ରତ୍ୟାହାର କରିବାକୁ ଦାବି ହୋଇଛି। ୧୯୩ ସଦସ୍ୟ ଯୁକ୍ତ ୟୁଏନଜିଏରେ ୧୪୧ ସଦସ୍ୟ ଦେଶ ପ୍ରସ୍ତାବ ସପକ୍ଷରେ ମତଦାନ କରିଥିଲେ। ୭ ଦେଶ ପ୍ରସ୍ତାବର ବିରୋଧ କରିଥିଲେ ସେମାନେ ହେଲେ କୋରିଆ, ଇରିଟିଆଲ, ମାଲୀ, ନିକାରାଗୁଆ ଏବଂ ସିରିୟା। ଯେତେବେଳେକି ୩୨ ସଦସ୍ୟ ଅନୁପସ୍ଥିତ ରହିଥିଲେ। ଯେଉଁଥରେ ଭାରତ ଏବଂ ଚୀନ ମଧ୍ୟ ସାମିଲ୍ ଥିଲେ।

ରୁଷ, ବେଲାରୁସ, ଉତ୍ତର ଶାନ୍ତି ପକ୍ଷରେ ଥିବା ଭାରତ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଉପସ୍ଥିତ ହୋଇଥିବା ପ୍ରସ୍ତାବରେ ରୁଷ ବିରୋଧରେ ମତଦାନ କରିବାରୁ ବିରତ ରହିଛି। ଯଥାଶୀଘ୍ର ୟୁକ୍ରେନରେ ଏକ ବ୍ୟାପକ, ନ୍ୟାୟସଙ୍ଗତ ଏବଂ ସ୍ଥାୟୀ ଶାନ୍ତି ଆଣିବାର ଆବଶ୍ୟକତା ଆଣିବାକୁ ପ୍ରସ୍ତାବରେ ଗୁରୁତ୍ୱ ଦିଆଯାଇଛି। ପ୍ରସ୍ତାବରେ ରାଜନୈତିକ ପ୍ରୟାସ ପାଇଁ ସମର୍ଥନକୁ ଦୁଇଗୁଣା କରିବା ପାଇଁ ସଦସ୍ୟ ରାଜ୍ୟ ଏବଂ ଅନ୍ତରାଷ୍ଟ୍ରୀୟ ସଂଗଠନଙ୍କୁ ମଧ୍ୟ ଡକାଯାଇଥିଲା ।
ପ୍ରସ୍ତାବରେ ୟୁକ୍ରେନର କୌଣସି ଭାଗରେ ରୁଷର ଆଧିପତ୍ୟକୁ ଖାରଜ କରାଯାଇଛି। ସଂଯୁକ୍ତ ରାଷ୍ଟ୍ର ଏହି ଦାବିରେ ରୁଷ ସଂଘ ତୁରନ୍ତ ସଂପୂର୍ଣ୍ଣ ଭାବରେ ଏବଂ ବିନା କୌଣସି ସର୍ଭରେ ନିଜର ସବୁ ସୈନ୍ୟ ବଳକୁ ଫେରାଇବା ଏବଂ ଶତ୍ରୁତାକୁ ସମାପ୍ତ କରିବାକୁ କୁହାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com