Breaking NewsFeaturedରାଜନୀତି

ଭାରତ ନ୍ୟାୟ ଯାତ୍ରା ସାଙ୍ଗକୁ ଖଡଗେ-ରାହୁଲ-ପ୍ରିୟଙ୍କାଙ୍କୁ ଓଡିଶା କଂଗ୍ରେସର ଅପେକ୍ଷା

ଓଡିଶା ଆସୁଛନ୍ତି ନବ ନିଯୁକ୍ତ ପ୍ରଭାରୀ ଡକ୍ଟର ଅଜୟ କୁମାର । କଂଗ୍ରେସର ୧୩୯ ତମ ପ୍ରତିଷ୍ଠା ଦିବସ କାର୍ୟ୍ୟକ୍ରମରେ ଯୋଗଦେଇ ଏପରି କହିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ । ନାଗପୁର ଗସ୍ତରେ ଥିବାବେଳେ ଅଜୟ କୁମାରଙ୍କୁ ଭେଟି ଆଲୋଚନା କରିବାପରେ ସେ ଏହି ସୂଚନା ଦେଇଛନ୍ତି । ଏହାକୁ ନେଇ କଂଗ୍ରେସ ଶିବିରରେ ଦେଖାଦେଇଛି ଖୁସି । ଯାହା କୁହାଯାଉଛି ଜାନୁଆରୀ ୬ରେ ଅଜୟ କୁମାର ଓଡିଶା ଗସ୍ତରେ ଆସିବେ । ନୂଆ ପ୍ରଭାରୀଙ୍କୁ ସ୍ୱାଗତ କରିବା ସହ ତାଙ୍କ ରଣନୀତିରେ ଆଗାମୀ ନିର୍ବାଚନ ଲଢିବାକୁ ସଜବାଜ ମଧ୍ୟ ହେଉଛି ରାଜ୍ୟ କଂଗ୍ରେସ । ତେବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ସ୍ଥିର ହୋଇନଥିଲେ ମଧ୍ୟ ସେ ଓଡିଶା ଆସିବା ସ୍ପଷ୍ଟ ହୋଇଛି । ସେହିପରି ଅଜୟ କୁମାର ଜାତୀୟ ସ୍ତରରେ ଭଲ କୁହାଳିଆ ନେତା ହୋଇଥିବାବେଳେ ଅନ୍ୟ ରାଜ୍ୟଗୁଡିକ ପାଇଁ ସେ ପ୍ରଭାରୀ ଦାୟିତ୍ୱ ତୁଲାଇ ସାରିଛନ୍ତି ।

ସେପଟେ ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଯାଉଥିବା ଭାରତ ନ୍ୟାୟ ଯାତ୍ରା ମଧ୍ୟ ଓଡିଶା ଆସିବ ବୋଲି ସଷ୍ଟ କରାଯାଇଛି । ଏଣୁ ଜାନୁଆରୀ ମାସ ଠାରୁ କଂଗ୍ରେସ ରଣନୀତି ପୁରା ଦମରେ ଚାଲିବ । ଏହାରି ମଧ୍ୟରେ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ଦାୟିତ୍ୱ ସମ୍ଭାଳିବା ପରେ ଦିଲ୍ଲୀ ଯାଇ କେନ୍ଦ୍ର ନେତୃମଣ୍ଡଳୀଙ୍କି ଭେଠି ସାରିଛନ୍ତି । ତେଣୂ ଯୁବ କଂଗ୍ରେସକୁ ସୁଦୃଢ କରାଇବା ପାଇଁ ବୁଥ ସ୍ତର ପର୍ଯ୍ୟନ୍ତ ଅଭିଯାନ ଆରମ୍ଭ କରିବେ ବୋଲି କହିସାରିଛନ୍ତି । ଏଥିସହ ଆମ ମୋବାଇଲ ନୁ୍ୟଜ ୨୪.୭ ଟିମ ସହିତ ହୋଇଥିବା ଏକ ସାକ୍ଷାତକାରରେ ଲଢେଇ ଜୋରଦାର ହେବ ବୋଲି କହିଛନ୍ତି ।

ସେହିପରି ଜାନୁଆରୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକା ର୍ଜୁନେ ଖଡଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଏବଂ ପ୍ରିୟଙ୍କା ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ତେଣୂ ଏସମସ୍ତ ଦୃଷ୍ଟିରୁ ରାଜ୍ୟ କଂଗ୍ରେସ ପାଇଁ ।ାସନ୍ତା ଜାନୁାାରୀ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏବେ ଦେଖିବାକୁ ବାକି ରହିଲା କେନ୍ଦ୍ରିୟ ନେତା କିଭଳି ଓଡିଶା ବାସଙ୍କ ଉପରେ ପ୍ରଭାବ ପକାଉଛନ୍ତି ଆଉ ପ୍ରଭାରୀ କେଉଁଭଳି ଯାଦୁ ଦେଖାଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com