Featuredଜାତୀୟ

ଏପ୍ରିଲ ୧୮କୁ ଘୁଞ୍ଚିଲା ସମଲିଙ୍ଗୀ ବିବାହ ମାମଲା

ଭାରତରେ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ନେଇ ଆସନ୍ତା ଏପ୍ରିଲ ୧୮ ତାରିଖରେ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ୫ଜଣ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କେନ୍ଦ୍ର ସରକାର ଉଲ୍ଲେଖ କରିଥିଲେ ଯେ ସମଲିଙ୍ଗୀ ବିବାହକୁ ପାରିବାରିକ ବ୍ୟବସ୍ଥାର ବିରୋଧୀ । ସୋମବାର ଏହି ମାମଲାର ଶୁଶାଣି ପାଇଁ ଧାର୍ଯ୍ୟ ହୋଇଥିଲା । କିନ୍ତୁ ସର୍ବୋଚ୍ଚ ଅଦାଲତ ସମଲିଙ୍ଗୀ ବିବାହ ସମ୍ପର୍କିତ ଆବେଦନକୁ ସାମ୍ବିଧାନିକ ବେଞ୍ଚକୁ ପଠାଇ ଦେଇଛନ୍ତି । ଏପ୍ରିଲ ୧୮ ତାରିଖରେ ଶୁଣାଣିର ସିଧାପ୍ରସାରଣ ୱେବସାଇଟ୍ ଓ ୟୁଟ୍ୟୁବରେ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com