Breaking NewsFeaturedମନୋରଞ୍ଜନ

‘ବର୍ଷା’ ଆଇ ଲଭ ୟୁ

ବର୍ଷା, ମୁଁ ତୁମକୁ ବହୁତ ଭଲପାଏ । ମୋ ହୃଦୟରୁ ମୁଁ ତୁମକୁ ଭଲ ପାଉଛି । ହେଲେ କୌଣିସି କାରଣରୁ ଆମର ବିବାହ ବିଚ୍ଛେଦ ହୋଇଛି । ଏମିତି କି କଥା ଛାଡତ୍ର ଯାଏଁ ଗଲାଣି । ବିବାହ ବିଚ୍ଛେଦ ପରେ ବି ଆମେ କଣ ବନ୍ଦୁ ହୋଇ ରହିପାରିବାନି ? ମୁଁ କେବେବି ଚାହୁଁ ନଥିଲି ଯେ ବିଚ୍ଛେଦ ଏତେ ତିକ୍ତତା ହେଉ । ବିଚ୍ଛେଦ ତ ନିଶ୍ଚୟ ହେବ, ହେଲେ କାହିଁକି ସମ୍ମାନର ସହ ଆମର ବିବାହ ବିଚ୍ଛେଦ ହେବନି ।

ଦର୍ଶକବନ୍ଧୁ ଏଭଳି କିଛି ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଅନୁଭବ ତାଙ୍କ ସୋସିଆଲ ମିଡିଆ ଟ୍ୱିଟରରେ ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କୁ ଟ୍ୟାଗ କରି ବନ୍ଧୁତାର ସନେ୍ଦଶ ଦେଇଛନ୍ତି । ଆଉ ନିଜର ମନର ଭାବନାକୁ ଏହି ପୋଷ୍ଟ ମାଧ୍ୟମରେ ପ୍ରକାଶ କରିଛନ୍ତି । ବାହାଘର ସମୟର ବର୍ଷାଙ୍କ ବିଦାୟୀ ଫଟୋ ସେୟାର କରି ଅନୁଭସବ ଲେଖିଚନ୍ତି ମୁଁ ତୁମକୁ ହୃଦୟର ଗଭିରତାରୁ ଭଲ ପାଏ । ତେବେ କୌଣସି କାରଣରୁ ଆମ ବିବାହ ବିଫଳ ହୋଇଛି । ବିବାହ ବିଚ୍ଛେଦ ପରେ କଣ ଆମେ ଭଲ ବନ୍ଧୁ ହୋଇ ରହିପାରିବା ନାହିଁ କି ବୋଲି ବର୍ଷାଙ୍କୁ ପ୍ରଶ୍ନ କରିଛନ୍ତି ଅନୁଭବ । ସେହିପରି ଅନୁଭବ ଆହୁରି ଲେଖିଛନ୍ତି ଆମେ ଦୁଇଜଣ ଅଲଗା ହେବା ପ୍ରକ୍ରିୟା ଏତେ ତିକ୍ତତା ହେବା ମୁଁ କେବେବି ଚାହୁଁନଥିଲି । କିନ୍ତୁ ଯେହେତୁ ବିଚ୍ଛେଦ ଶୁନିଶ୍ଚିତ ତେଣୁ ଏହା ସମ୍ମାନଜନକ ହେଉ ବୋଲି ଅନୁଭବ ସୋସିଆଲ ମିଡିଆରେ ଲେଖିବା ସବ ବର୍ଷାଙ୍କ ପାଇଁ ପ୍ରଣାମ ମୁଦ୍ରାର କେ ଇମୋଜି ପୋଷ୍ଟ କରିଛନ୍ତି । ଏହା ସହ ତୁରନ୍ତ ଉତ୍ତର ଦେବାକୁ ମଧ୍ୟ ଲେଖିଛନ୍ତି ଅନୁଭବ । ସେପଟେ ଏନେଇ ବର୍ଷା ପ୍ରିୟଦର୍ଶିନୀ କୌଣସି ଉତ୍ତର ରଖିନଥିବା ଜଣାପଡିଛି । ତେବେ ଏହି ଷ୍ଟାର ଦମ୍ପତ୍ତିଙ୍କ ପାରିବାରିକ ବିବାଦ ଭିତରେ ଅନୁଭବଙ୍କ ଏଭଳି ଭାବପ୍ରବଣ ପୋଷ୍ଟ ସମସ୍ତଙ୍କୁ ଚକିତ କରିଦେଇଛି ।

ବର୍ଷା-ଅନୁଭବ ବିବାଦ ମାମଲାରେ ସେପ୍ଟେମ୍ବର ୨୫ରେ ଏହି ଷ୍ଟାର କପଲ କଟକ ଏସିଜେଏମ କøାର୍ଟରେ ହାଜର ହୋଇଥିଲେ । କୋର୍ଟରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନର ବାଟ ଫିଟି ନଥିଲା । ସେହିପରି କୋଟରେ ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ବିବାହ ବିଚ୍ଛେଦ ଆବେଦନ ଯାଚିକାକୁ କଟକ ଫ୍ୟାମିଲ କୋର୍ଟ ଖାରଜ କରିଥିଲେ ।

ସେପଟେ ସ୍ୱାମୀ-ସ୍ତ୍ରୀ ଭାବେ ରହିବାକୁ ଅଭିନେତ୍ରୀ ବର୍ଷାଙ୍କ ଆବେଦନକୁ ମଧ୍ୟ ଖାରଜ କରିଦେଇଥିଲେ କୋର୍ଟ । କଟକ ପରିବାର ଅଦାଲତ ଏହି ଷ୍ଟାର କପଲଙ୍କୁ ଏକ ବଡ ଝଟକା ଦେଇଛନ୍ତି । ଉଭୟ ପତି ପତ୍ନୀ ଗୋଟିଏ ଜଗାରେ ରହିପାରିବେନି କି ଛାଡପତ୍ର ମଧ୍ୟ ଦେଇପାରିବେନି ବୋଲି ରାୟ ଶୁଣାଇଛନ୍ତି । ସେପଟେ ଏହି ରାୟ ବିରୋଧରେ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ଶୀଘ୍ର ଶୁଣାଣି ସାରିବାକୁ ଅପିଲ କରିଛନ୍ତି ସାଂସଦ ଅନୁଭବ ମହାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com