Breaking NewsFeaturedଜାତୀୟରାଜନୀତି

ପିଏମ୍ ପଦକୁ କଂଗ୍ରେସ ଗୁରୁ୍‌ତ୍ୱ ନଦେବା ପଛର ରହସ୍ୟ ଜାଣନ୍ତୁ

୨୦୨୪ ନିର୍ବାଚନ ପାଇଁ INDIA ଓ Bharat ମଧ୍ୟରେ ଚାଲିଛି ସମରସଜ୍ଜା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ (EXCLUSIVE): ଆରମ୍ଭ ହୋଇଗଲାଣି ୨୦୨୪ ନିର୍ବାଚନ ପାଇଁ ସଜବାଜ । ବିଭିନ୍ନ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତି କଲେଣି । ବିଶେଷକରି କଂଗ୍ରେସ ନେତୃତ୍ୱରେ ୨୫ଟି ବିରୋଧୀ ଦଳ ଏକାଠି ହୋଇ ମେଂଟ ଗଠନ କରିସାରିଲେଣି, ଯାହାର ନାମ ରହିଛି ଇଣ୍ଡିଆ । ଏହା ପରେ ପରେ ଏନଡିଏ ଶିବିର ବି ଚଳଚଞ୍ଚଳ ହୋଇ ଉଠିଛି ଓ ବିଜେପିର ଶୀର୍ଷ ନେତୃମଣ୍ଡଳୀ ଗଭୀର ମାନସ ମନ୍ଥନ ଜାରି ରଖିଛନ୍ତି । ବିଜେପି ନେତୃତ୍ୱାଧୀନ ଏନଡିଏରେ ମଧ୍ୟ କେତେକ ଦଳ ନୂଆ କରି ସାମିଲ୍ ହୋଇଛନ୍ତି । ଏହାରି ମଧ୍ୟରେ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ଓ ଏନଡିଏ ଭିତରେ କଡ଼ା ଟକ୍କର୍ ହେବ ବୋଲି ଯେଉଁ ଅନୁମାନ କରାଯାଉଥିଲା, ତାହାର ମୋଡ଼ ବଦଳି ସାରିଛି । ବିରୋଧୀ ମେଣ୍ଟ- ଇଣ୍ଡିଆକୁ ଟାର୍ଗେଟ୍ କରି ବିଜେପି ନେତାମାନେ ଏବେ ହୁଙ୍କାର ଦେଲେଣି ଭାରତ ନାଁରେ, ଅର୍ଥାତ୍ ଆଗାମୀ ୨୦୨୪ ନିର୍ବାଚନରେ ଲଢ଼େଇ ହେବ ଇଣ୍ଡିଆ ଓ ଭାରତ ମଧ୍ୟରେ । ସେପଟେ କିନ୍ତୁ କଂଗ୍ରେସ ବଡ଼ ଚତୁରତାର ସହ କହୁଛି ଯେ ପ୍ରାଇମ୍ ମିନିଷ୍ଟର୍ ପଦବୀ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ! ତେବେ ଏଠାରେ ପ୍ରଶ୍ନ ଉଠୁଛି କଂଗ୍ରେସ ଏଭଳି କାହିଁକି କହୁଛି? ନିର୍ବାଚନ ଲଢ଼ି କେହି ହାରିବା ଉଦ୍ଦେଶ୍ୟ ରଖିପାରେନା, ସେହିପରି କେହି ଶାସନ କ୍ଷମତାକୁ ଆଡ଼େଇ ପାରେନା । ତେବେ କଂଗ୍ରେସ ଏଭଳି ବୟାନ ଦେବା ପଛର ରହସ୍ୟ କଣ?

ଆସନ୍ତୁ ନଜର ପକାଇବା ଏହି ବିଶ୍ଲେଷଣ ଉପରେ…

ପ୍ରଥମେ ନଜର ପକାନ୍ତୁ ଏହି ଟେବୁଲ୍ ଉପରେ (ଟେବୁଲ୍ ରହିବ), ଯେଉଁଠି ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ହୋଇଥିବା ଲୋକସଭା ନିର୍ବାଚନରେ କଂଗ୍ରେସ କେବେ କେତେ ଭୋଟ୍ ପାଇଥିଲା ସେହି ତଥ୍ୟ ରହିଛି । ଭଲ ଭାବେ ଦେଖନ୍ତୁ:

Congress in Loksabha Election Since 2004 to 2019

-୨୦୦୪ରେ କଂଗ୍ରେସ ୧୪୫ ଆସନ ଅକ୍ତିଆର କରିଥିଲା ଏବଂ ଯାହାର ଭୋଟ୍ ହାର ରହିଥିଲା ୨୬ ଦଶମିକ ୫୩ ପ୍ରତିଶତ
– ସେହିପରି ୨୦୦୯ରେ ୨୦୬ ସିଟ୍ କଂଗ୍ରେସ ଖାତାକୁ ଯାଇଥିଲା ଓ ୨୦୦୪ ଅପେକ୍ଷା ଭୋଟ୍ ହାର କଂଗ୍ରେସ ପାଇଁ ବୃଦ୍ଧି ପାଇ ପହଞ୍ଚିଥିଲା ୨୮ ଦଶମିକ ୫୫ ପ୍ରତିଶତରେ
– ତେବେ ୨୦୧୪ ବେଳକୁ ପୂର୍ବଥର ଅପେକ୍ଷା ଖସିଥିଲା କଂଗ୍ରେସ ଓ ପାଇଥିଲା ୪୪ଟି ଆସନ, ଯାହାର ଭୋଟ୍ ହାର ରହିଥିଲା ୧୯ ଦଶମିକ ୩୧, ଫଳରେ ୨୦୦୯ ଅପେକ୍ଷା ୯ ଦଶମିକ ୨୪ ପ୍ରତିଶତ ଭୋଟ୍ ହାର କମିଥିଲା
-ସେହିପରି ୨୦୧୯ରେ ୨୦୧୪ ଅପେକ୍ଷା ମାତ୍ର ଶୂନ ଦଶମିକ ଏକ-ପାଞ୍ଚ୍ ପ୍ରତିଶତ ଭୋଟ୍ ହାର ବୃଦ୍ଧି ପାଇ କଂଗ୍ରେସ ପାଇଥିଲା ୫୨ଟି ଲୋକସଭା ଆସନ, ଯାହାର ଭୋଟ୍ ହାର ରହିଥିଲା ୧୯ ଦଶମିକ ୪-୬…

ଏଠାରେ ଲକ୍ଷ୍ୟ କରିବା କଥା ଯେ ଗୋଟିଏ ଦଶନ୍ଧି ଧରି କଂଗ୍ରେସ ବହୁ ଆସନ ପାଇନଥିଲେ ମଧ୍ୟ ଏହାର ଭୋଟ ହାରରେ ବଡ଼ ପରିବର୍ତ୍ତନ ହୋଇନାହିଁ। ୨୦୧୪ ଅପେକ୍ଷା ବରଂ ୨୦୧୯ରେ ଭୋଟ୍ ହାର ସାମାନ୍ୟ ବୃଦ୍ଧି ଘଟିଛି । ଏଭଳି କ୍ଷେତ୍ରରେ ଆସନ୍ତା ୨୦୨୪ ନିର୍ବାଚନରେ କଂଗ୍ରେସ ପୁଣି ଏହାର ଭୋଟ୍ ହାର ବଢ଼ାଇବା ଓ ଅଧିକ ଆସନ ଅକ୍ତିଆର କରିନେବା ଲକ୍ଷ୍ୟରେ ରହିଥିବା ସ୍ୱାଭାବିକ । ଆକଳନରୁ ଯାହା ଜଣାପଡୁଛି କଂଗ୍ରେସ ଅତିକମ୍‌ରେ ଏହାର ୨୦୦୪ ସ୍ଥିତିକୁ ଫେରିବା ଲକ୍ଷ୍ୟରେ ରହିଛି । ଏହାର ଅର୍ଥ ହେଉଛି ୨୦୧୯ ଅପେକ୍ଷା ୭ରୁ ୮ ପ୍ରତିଶତ ଭୋଟ ହାର ବୃଦ୍ଧି କରିବା ଟାର୍ଗେଟରେ ରହିଛି । ଯଦି ବିରୋଧୀ ଦଳଙ୍କୁ ଏକଜୁଟ୍ କରି ଓ ମେଣ୍ଟ ଶକ୍ତି ଦ୍ୱାରା କଂଗ୍ରେସ ସଫଳ ଗୋଟି ଚାଳନା କରେ ଓ ସବୁଠିକ୍ ଠାକ୍ ଚାଲେ, ତେବେ ୨୦୨୪ରେ କଂଗ୍ରେସର ଚମତ୍କାର କିଛି କରିବାର ସମ୍ଭାବନା ଯଥେଷ୍ଟ ରହିଛି ଏବଂ ୧୭୦-୧୮୦ ସିଟ୍ ହାତେଇ ନେଇଯିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ଯଦି ଏଭଳି ହୁଏ ତେବେ ଏଠାରେ ସ୍ପଷ୍ଟ ଯେ କଂଗ୍ରେସ ପାଖକୁ ଆପଣା ଛାଏ ପ୍ରାଇମିନିଷ୍ଟର୍ ବା ପ୍ରଧାନମନ୍ତ୍ରୀ ଚେୟାର୍ ଆସିଯିବ । ତେଣୁ ଏବେଠାରୁ କଂଗ୍ରେସ କାହିଁକି ଉକ୍ତ ଚେୟାରକୁ ଗୁରୁତ୍ୱ ଦେବ! ଅର୍ଥାତ୍ କଂଗ୍ରେସ ଯାହା କହୁଛି ସତ ଯେ ସେମାନେ ଏବେ ପିଏମ ପଦବୀ ପାଇଁ ଗୁରୁତ୍ୱ ଦେଉନାହାନ୍ତି। ବାସ୍ତବରେ ନଈ ନଦେଖୁଣୁ ଲଙ୍ଗଳା ହେବା ଚେଷ୍ଟାରେ ନାହିଁ କଂଗ୍ରେସ । ଏବେ କେବଳ ସଫଳ ରଣନୀତି ଓ ସମସ୍ତଙ୍କୁ ସାଥୀରେ ନେଇ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ହେବାର ସମୟ ବୋଲି କଂଗ୍ରେସ ଠିକ୍ ଜାଣିପାରିଛି । ତେବେ ଦେଖାଯାଉ କଂଗ୍ରେସ ଆଗକୁ ଏହାର ଟାର୍ଗେଟ୍‌ରେ କେତେଦୂର ସଫଳ ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com