ଅନ୍ତର୍ଜାତୀୟଜାତୀୟ

ଦ୍ବିତୀୟ ଥର ପାଇଁ କୋଭିଡ୍ ପଜିଟିଭ୍ ହେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ

କାନାଡା: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ପୁଣି ଥରେ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ସେ ଦ୍ବିତୀୟ ଥର ପାଇଁ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନିଜ ଆଧିକାରିକ ଟ୍ବିଟର ହ୍ୟାଣ୍ଡେଲରୁ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ମୁଁ କୋଭିଡ୍ ୧୯ ଦ୍ବାରା ସଂକ୍ରମିତ ହୋଇଛି । ମୁଁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାବଳୀର ପାଳନ କରିବି ଏବଂ ସଂଗରୋଧରେ ରହିବି । ମୋ ସ୍ବାସ୍ଥ୍ୟ ଠିକ୍ ରହିଛି । କାରଣ ମୁଁ କୋଭିଡ୍-୧୯ର ଡୋଜ୍ ନେଇସାରିଥିଲି ।

ସେ ଜନସାଧାରଣଙ୍କୁ ଅପିଲ୍ କରି କହିଛନ୍ତି ଯେ, ଯଦି ଆପଣ ଟିକା ନେଇନାହାନ୍ତି ତେବେ ଟିକା ନିଅନ୍ତୁ । ଯଦି ଆପଣ କରିପାରିବେ ତେବେ ଲୋକଙ୍କୁ ସଚେତନ କରନ୍ତୁ ।

ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ଟ୍ରୁଡୋ ଆମେରିକାର ଶିଖର ସମ୍ମିଳନୀରେ ଭାଗ ନେବାକୁ ଲସ୍ ଆଞ୍ଜଲେସ୍ ଗସ୍ତରେ ଥିଲେ । ସେଠାରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଶୀର୍ଷ ଅଧିକାରୀମାନଙ୍କ ସହ ସାକ୍ଷାତ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ଦୁଇ ଥର କୋଭିଡ୍ ଭାଇରସ୍ ସଂସ୍ପର୍ଶରେ ଆସିସାରିଛନ୍ତି । ମାର୍ଚ୍ଚ ୨୦୨୦ରେ ସେ ତାଙ୍କ ପତ୍ନୀ ସୋଫି ଗ୍ରେଗୋଇରେ ଟ୍ରୁଡୋଙ୍କ ସହ କୋଭିଡ୍ ୧୯ ପାଇଁ ସକରାତ୍ମକ ପରୀକ୍ଷଣ ପରେ ୧୪ ଦିନ ଯାଏଁ ଆଇସୋଲେସନରେ ରହିଥିଲେ । ଏହାପରେ ଡିସେମ୍ବର ୨୦୨୧ ଶେଷରେ ସେ ଘୋଷଣା କରିଥିଲେ ଯେ, ସେ ନିୟମିତ ଭାବେ କରୋନା ଭାଇରସ୍ ପରୀକ୍ଷଣ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com