Breaking NewsFeaturedଅନ୍ତର୍ଜାତୀୟକ୍ରୀଡ଼ା

ଅଷ୍ଟ୍ରେଲିଆ ଓ ସାଉଥ-ଆଫ୍ରିକା ଦିନିକିଆ ମ୍ୟାଚରେ ବିସ୍ଫୋରଣ…

ସୀମା ଡେଇଁଲା ସ୍କୋର ବୋର୍ଡ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଦିନକୁ ଦିନ ପରିବର୍ତ୍ତନ ହେଉଛି କ୍ରିକେଟର କଳେବର । ଦିନକୁ ଦିନ ବୋଲରଙ୍କ ଅପେକ୍ଷା ବଢୁଛି ବ୍ୟାଟମ୍ୟାନଙ୍କ କ୍ରେଜ। ତିନି ଦଶନ୍ଧି ତଳେ ଦିନିକିଆରେ ୨୫୦ରୁ ୨୭୦ରନ କଲେ ବିପକ୍ଷ ଦଳ ପାଇଁ ଚାଲେଜିଂ ହେଉଥିଲା । କିନ୍ତୁ ଦିନକୁ ଦିନ ଏଇ ସ୍କୋର ରେଟ ବଢି ୩ଶହ ଟପି ଗଲାଣି । ଏପରିକି ୪ଶହରୁ ଅଧିକ ବି ପଳାଇ ଯାଉଛି ସ୍କୋର । ସବୁ ଦଳରେ ଏବେ ବ୍ୟାଟରଙ୍କ ବୋବାଲା । କିନ୍ତୁ ଆପଣ ଜାଣିଛନ୍ତି ଗୋଟିଏ ଦିନିକିଆରେ ଦୁଇ ଦଳର ସ୍କୋର ମିଶି କେତେ ଅଧିକ ହୋଇ ପାରିବ । ଆପଣ କହିବେ ୭ଶହ କି ୭ଶହ ୫୦ ଭିତରେ । କିନ୍ତୁ ଆପଣ ଜାଣିଛନ୍ତି ଗୋଟିଏ ଦିନିକିଆରେ ଦୁଇ ଦଳର ସ୍କୋର ମିଶି ୮୭୦ ଡେଇଁ ଯାଇଥିଲା । ହଁ ଆଜ୍ଞା ଅଷ୍ଟ୍ରେଲିଆ ଓ ସାଉଥ-ଆଫ୍ରିକା ଭିତରେ ଚାଲିଥିବା ଏକ ମ୍ୟାଚରେ ଦେଖିବାକୁ ମିଳିଥିଲା ଏମିତି କିଛି ଅବିଶ୍ୱସନୀୟ ବ୍ୟାଟିଂ । ଦୁଇ ଦଳର ବ୍ୟାଟସମ୍ୟାନ ସେଦିନ ଧୁଆଁ କରି ଦେଇଥିଲେ ଗ୍ରାଉଣ୍ଡ ଭିତରେ । ବୋଧହୁଏ ସେ ଦିନଟି ଥିଲା ବୋଲରଙ୍କ ପାଇଁ ଅଭିସପ୍ତ ଦିନ । ତେବେ ଆସନ୍ତୁ ନଜର ପକାଇବା ମ୍ୟାଚର ପୁରା ବିବରଣୀ ଉପରେ , ଆଉ ଦେଖିବା ସେଦିନ କାହା ବ୍ୟାଟ ସବୁଠୁ ଅଧିକ ଗର୍ଜିଥିଲା ।

5th ODI Johannesburg 2006 March 12 Australia tour of South Africa

୧୨ ମାର୍ଚ ୨୦୦୬, କଂଗାରୁ ଟିମର ଦକ୍ଷୀଣ ଆଫ୍ରିକା ଗସ୍ତ । ପଞ୍ଚମ ମ୍ୟାଚ ଖୋଳାଯାଉଥାଏ ଜୋହାନସବର୍ଗରେ । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ଅଷ୍ଟ୍ରେଲିଆ । ଓପନିଂ ପାଇଁ ଆସିଲେ ଆଡାମ ଗିଲକ୍ରିଷ୍ଟ ଓ ସାଇମନ କାଟିଚ୍ । ପ୍ରଥମରୁ ହିଁ ବଡ ବଡ ହିଟ ମାରିବା ଆରମ୍ଭ କରିଥିଲେ ଦୁଇ କଂଗାରୁ ବ୍ୟାଟର । ଦଳୀୟ ସ୍କୋର ୯୭ରେ ପଡିଥିଲା ପ୍ରଥମ ୱିକେଟ । ୪୪ ବଲରେ ୫୫ ରନ କରି ପାଭିଲିଅନ ଫେରିଥିଲେ ଗିଲକ୍ରିଷ୍ଟ । ଫାଷ୍ଟ ଡାଉନ ଆସିଲେ କ୍ୟାପଟେନ ରିକି ପଣ୍ଟିଂ । ସେ ବି ଆସୁ ଆସୁ ଆରମ୍ଭ କରିଥିଲେ ଆଖିମୁଜା ମାଡ । ଦଳୀୟ ସ୍କୋର ୨୧୬ରେ ଖସିଲା ଦ୍ୱିତୀୟ ୱିକେଟ । ୭୯ରନରେ ଆଉଟ ହୋଇଥିଲେ କାଟିଚ୍ । ସେକେଣ୍ଡ ଡାଉନ ଆସିଲେ ମାଇକେଲ ହସି । ସେ ବିି ସେମିତି ଆସୁ ଆସୁ ରନ ବର୍ଷା କରିବାରେ ଲାଗିଲେ । ଛକ୍କା ଚୌକାରେ କମ୍ପୁଥାଏ ଷ୍ଟାଡିଅମ । ମାତ୍ର ୫୧ ବଲରେ ୮୧ ରନ ରନ କରି ଆଉଟ ହେଲେ ହସି । କିନ୍ତୁ ଫିଲ୍ଡରେ ଗର୍ଜୁଥାଏ ପଣ୍ଟିଂଙ୍କ ବ୍ୟାଟ । ପଣ୍ଟିଂ ୧୦୫ ବଲରେ ୧୬୪ ରନ କରି ଆଉଟ ହେଲେ ସତ କିନ୍ତୁ ସେତେବେଳକୁ ସ୍କୋର ବୋର୍ଡ ୪୦୭ ରନ ଛୁଇଁ ସାରିଥାଏ। ପରେ ସାଇମଣ୍ଡ ଓ ବ୍ରେଟ ଲି ଆସି ସ୍କୋର ବୋର୍ଡକୁ ନେଇଗଲେ ୪୩୪ ଯାଏଁ ।

5th ODI Johannesburg 2006 March 12 Australia tour of South Africa

୪୩୫ରନ ବିଶାଳ ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଲେ ସାଉଥ-ଆଫ୍ରିକା ଟିମ । ଓପନିଂ ଆସିଲେ ଗ୍ରେମ ସ୍ମିଥ ଓ ବୋଇଟା ଡିପେନାର । ପ୍ରଥମରୁ ହିଁ ବିପର୍ଯ୍ୟୟର ସାମନା କରିଥିଲା ଦାକ୍ଷୀଣ ଆଫ୍ରିକା । ୩ରନର ଦଳୀୟ ସ୍କୋରରେ ମାତ୍ର ୧ ରନ କରି ପାଭିଲିଅନ ଫେରିଥିଲେ ଡିପେନାର । ଫାଷ୍ଟ ଡାଉନ ଆସିଲେ ମେଗା ହିଟର ହର୍ଷଲ ଗିବ୍ସ । ଗିବ୍ସ ଓ ସ୍ମିଥ ମିଶି ଭୟଙ୍କର ଧୁଲେଇ କରିଥିଲେ ଅଷ୍ଟ୍ରେଲିୟ ବୋଲରଙ୍କୁ । ଗିବ୍ସଙ୍କ ମାଡରେ ଲାଇନ ଲେନ୍ଥ ଭୁଲି ଯାଇଥିଲେ କଂଗାରୁ ବୋଲର । ଦଳୀୟ ସ୍କୋର ୧୯୦ରେ ଖସିଥିଲା ଦ୍ୱିତୀୟ ୱିକେଟ । ସ୍ମିଥ ମାତ୍ର ୫୫ ବଲରେ ୯୦ ରନ କ୍ୟାଚ ଆଉଟ ହୋଇଥିଲେ । ଏହାପରେ ଆସିଥିବା ଏବି ଡିଭିଲିଅର ୧୪ ଓ ଜେକ୍ୱିସ କାଲିସ ୨୦ ରନଆଉଟ ହୋଇଥିଲେ । ସେପଟେ କିନ୍ତୁ ମଙ୍ଗ ସମ୍ଭାଳିଥିବା ଗିବ୍ସଙ୍କ ବ୍ୟାଟ ପ୍ରବଳ ଗର୍ଜୁଥାଏ । ଗିବ୍ସ ୧୧୧ ବଲରେ ୧୭୫ ରନ କରି ଏକ ମଜଭୁତ ସ୍ଥିତିରେ ପହଞ୍ଚାଇ ଦେଇଥିଲେ ସାଉଥ ଆଫ୍ରିକାକୁ । ୩୨ ଓଭରରେ ୪ ୱିକେଟ ହରାଇ ୩୦୦ ରନ କରିସାରିଥାଏ ସାଉଥ ଆଫ୍ରିକା । ତଥାପି ଲକ୍ଷ ଥିଲା ବହୁ ଦୁରରେ । ଏହାପରେ କିନ୍ତୁ ମଙ୍ଗ ସମ୍ଭାଳି ନେଇଥିଲେ ମାର୍କ ବାଉଚର । କଙ୍ଗାରୁ ବୋଲରଙ୍କୁ ମାତ ଦେଇ ଆଗକୁ ନେଇ ଚାଲିଲେ ସ୍କୋର ବୋର୍ଡ । ସେପଟେ ଗୋଟିଏ ଗୋଟିଏ ବି ଖସି ଚାଲିଥାଏ । ଶେଷ ୩ବଲରେ ଦୁଇ ରନ ଦରକାର ଥିଲା କିନ୍ତୁ ହାତରେ ଥିଲା ଶେଷ ୱିକେଟ । ଆଉ ଗୋଟିଏ ବଲ ବାକି ଥିବା ବେଳେ ପଞ୍ଚମ ବଲରେ ଏକ ଜୋରଦାର ଚୌକା ମାରିଥିଲେ ବାଉଚର ଆଉ ଏଇ ଆକାଶଛୁଆଁ ଟାର୍ଗେଟକୁ ପୁରଣ କରି ନେଇଥିଲା ସାଉଥ ଆଫ୍ରିକା । ଟିମ କଙ୍ଗାରୁ ସମେତ ପୁରା ବିଶ୍ୱ ସେଦିନ ସ୍ତବ୍ଧ ହୋଇ ଯାଇଥିଲା । କାରଣ ଏତେ ବଡ ଟାର୍ଗେଟ ପୁରଣ କରିବା ଅସମ୍ଭବ ଥିଲା କିନ୍ତୁ କ୍ରିକେଟ ଦୁନିଆ ପାଇଁ । ହେଲେ ଅସମ୍ଭବକୁ ସମ୍ଭବ କରି ଦେଇଥିଲା ଦାକ୍ଷୀଣ ଆଫ୍ରିକା । ସେଦିନ କ୍ରିକେଟ ଇତିହାସରେ ଲେଖା ହୋଇଥିଲା ନୂଆ ଏକ କିର୍ତ୍ତୀମାନ । ଗୋଟିଏ ଦିନରେ ହୋଇଥିଲା ୮୭୨ ରନ । ଯେଉଁଥିରେଜ ସାମିଲ ଥିଲା ୧୯ଟି ଗଗନଛୁଆଁ ଛକ୍କା।

Related Articles

Back to top button
WP Twitter Auto Publish Powered By : XYZScripts.com