ଜାତୀୟରାଜନୀତି

ବିଦ୍ରୋହୀ ମହାରାଷ୍ଟ୍ର ବିଧାୟକ ଥିବା ହୋଟେଲ୍‌ ବାହାରେ ‘ତୃଣମୂଳ କଂଗ୍ରେସ’ର ପ୍ରତିବାଦ

ମହାରାଷ୍ଟ୍ରରେ କ୍ଷମତା କନ୍ଦଳ ଚରମସୀମାରେ ପହଂଚିଛି । ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ କ୍ଷମତା କ୍ରମାନ୍ୱୟରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ସକାଳ ସୁଦ୍ଧା ସିନ୍ଦେଙ୍କ ସମର୍ଥନରେ ୩୭ ଜଣ ବିଧାୟକ ଥିବା ସ୍ପଷ୍ଟ ହୋଇଛି । ହେଲେ ଏହାରି ମଧ୍ୟରେ ଏକ ନୂଆ ନାଟକ ଦେଖିବାକୁ ମିିଳିଛି । ଗୁହାଟିର ଯେଉଁ ହୋଟେଲରେ ଶିବସେନାର ବିଦ୍ରୋହୀ ବିଧାୟକମାନେ ଅଛନ୍ତି । ସେହି ହୋଟେଲ ଆଗରେ ତୃଣମୂଳ କଂଗ୍ରେସର କର୍ମୀମାନେ ଧାରଣା ଦେଇଛନ୍ତି । ସେମାନେ ଉଦ୍ଧବ ଠାକରେଙ୍କୁ ସମର୍ଥନ କରି ଏଭଳି ଧାରଣା ଦେଇଥିବା ଦେଖିବାକୁ ମିଳିଛି । ସେପଟେ ଏପର୍ଯ୍ୟନ୍ତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକଥା ସ୍ପଷ୍ଟ କରି ନଥିବା ବେଳେ ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିଦେଇଛନ୍ତି । ହେଲେ ବିଜେପି ବିଧାୟକମାନେ ଏବେ ମୁମ୍ବାଇରେ ଥିବା ଦେବେନ୍ଦ୍ର ଫଡନର୍ଭିସଙ୍କ ବାସଭବନରେ ଏକାଠି ହେବାରେ ଲାଗିଛନ୍ତି । ଏହାସହ ଉଦ୍ଧବ ଠାକରେଙ୍କ ସମର୍ଥନରେ ଥିବା ଶିବସେନା ବିଧାୟକମାନେ ଜଣଙ୍କ ପରେ ଜଣେ ଏବେ ଉଦ୍ଧବଙ୍କ ବାସଭବନ ମାତୋଶ୍ରୀରେ ଏକଜୁଟ ହୋଇଛନ୍ତି ।ଏହାରି ମଧ୍ୟରେ ଏବେ ବି ଶିବସେନା ନେତା ସଂଜୟ ରାୱତ ବିଦ୍ରୋହୀ ବିଧାୟକଙ୍କ ଉପରେ ଭରଶା ରଖିଛନ୍ତି । ସେ କହିଛନ୍ତି କି ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ୨୦ ଜଣ ବିଧାୟକ ଖୁବଶୀଘ୍ର ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com