ଜାତୀୟମନୋରଞ୍ଜନ

ହେୟାର ଡ୍ରେସରଙ୍କ ମାଧ୍ୟମରେ ଜ୍ୟାକ୍‌ଲିନ୍‌ଙ୍କ କଥା ହୋଇଥିଲେ ସୁକେଶ, ଜାଣନ୍ତୁ କିପରି ଜାଣିଲେ ଅଭିନେତ୍ରୀ…

ମୁମ୍ବାଇ: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ କିଛି ସମୟ ପୂର୍ବରୁ ବହୁତ ଚର୍ଚ୍ଚାକୁ ଆସିଥିଲା। ଯେତେବେଳେ ଅଭିନେତ୍ରୀ ଜ୍ୟାକଲିନ୍‌ଙ୍କ ସମସ୍ୟା ବଢିଯାଇଥିଲା। ଗତ ବର୍ଷ ମନି ଲଣ୍ଡରିଂ ମାମଲାର ଠକ ସୁକେଶ ଚନ୍ଦ୍ରଶେଖରଙ୍କ ତଦନ୍ତ ଆରମ୍ଭ ହେବା ପରେ ଜ୍ୟାକଲିନ୍‌ଙ୍କୁ ମଧ୍ୟ ଇଡି କାର୍ଯ୍ୟାଳୟକୁ ଡକାଯାଇ ଥିଲା। ଧୀରେ ଧୀରେ ବହୁ କିଛି ତଥ୍ୟ ଆଦାୟ କରିବା ସହ ଦୁହିଁଙ୍କର ଅନେକ ବ୍ୟକ୍ତିଗତ ଫଟୋ ସୋସିଆଲ ମିଡିଆରେ ଲିକ ହେବାରେ ଲାଗିଲା। ଦୁହିଁଙ୍କ ସମ୍ପର୍କ ବିଷୟରେ ଖବର ଆସିଥିଲା। ହେଲେ ଅଭିନେତ୍ରୀ ସୁକେଶଙ୍କ ସହ ଡେଟିଂ ଖବରକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଥିଲେ। କିନ୍ତୁ, ଆପଣ ଜାଣନ୍ତି କି ସୁକେଶ ଅଭିନେତ୍ରୀ ଜ୍ୟାକଲିନଙ୍କ ସହିତ କିପରି ଯୋଗାଯୋଗ କରିଥିଲେ?

ତେବେ ଜ୍ୟାକଲିନ ଏବଂ ସୁକେଶଙ୍କ ପ୍ରେମ କାହାଣୀ ଜାନୁୟାରୀ ୨୦୨୧ରେ ଆରମ୍ଭ ହୋଇଥିଲା। ଯେତେବେଳେ ସୁକେଶ ତିହାର ଜେଲ ଭିତରୁ ଅଭିନେତ୍ରୀଙ୍କ ସହ କଥା ହେବା ସହ ମେସେଜ କରିବା ଆରମ୍ଭ କରିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ସୁକେଶ ଜେଲରୁ ଜ୍ୟାକଲିନଙ୍କ ପାଖକୁ ଯାଇଥିଲେ, କିନ୍ତୁ ଯେତେବେଳେ ଅଭିନେତ୍ରୀ କୌଣସି ପ୍ରତିକ୍ରିୟା ଦେଇନଥିଲେ, ସେତେବେଳେ ସୁକେଶ ଜଣେ ମଧ୍ୟସ୍ଥିଙ୍କ ସାହାଯ୍ୟ ନେଇଥିଲେ। ସେ ପୁଣି ଆଉ କେହି ନୁହନ୍ତି ଅଭିନେତ୍ରୀଙ୍କ ହେୟାର ଡ୍ରେସର ଥିଲେ । ତାଙ୍କୁ ସେ ନିଜକୁ ଏକ ଟିଭି ନେଟୱାର୍କର ମାଲିକ ଭାବରେ ପରିଚିତ କରାଇ ତାଙ୍କ ସହ ଯୋଗାଯୋଗ କରିଥିଲେ।

ଏନେଇ ଜ୍ୟାକଲିନ ଅନୁସନ୍ଧାନକାରୀଙ୍କୁ କହିଛନ୍ତି କି ତାଙ୍କୁ ଏ ବିଷୟରେ କିଛି ଜଣା ନଥିଲା କି ସେ ଜେଲ୍‌ ଭିତରୁ ତାଙ୍କୁ ମେସେଜ କି କଲ୍‌ କରୁଥିଲେ ବୋଲି। ପରେ ଅଭିନେତ୍ରୀ ଦାବି କରି କହିଥିଲେ କି ସେ ପେରୋଲ୍‌ରେ ଜେଲରୁ ବାହାରିବାବେଳେ ତାଙ୍କୁ କେବଳ ଦୁଇଥର ସୁକେଶଙ୍କୁ ଭେଟିଥିଲେ। ଯେତେବେଳେ ଜ୍ୟାକଲିନ୍ ତାଙ୍କୁ ପୁଣି ଥରେ ଦେଖା କରିବାକୁ କହିଥିଲେ ସେତେବେଳେ ସେ କୋଭିଡ ବାହାନା ଦେଖାଉଥିଲେ। ଜ୍ୟାକ୍‌ଲିନ୍‌ ଇଡିଙ୍କୁ କହିଥିଲେ ଯେ ଯେତେବେଳେ ସେ ଖବରରେ ଚନ୍ଦ୍ରଶେଖରଙ୍କ ବିଷୟରେ ପଢିଥିଲେ ସେତେବେଳେ ଏସବୁ ମିଛି ଭୁଲ୍‌ ବୋଲି ତାଙ୍କୁ କୁହାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com