Featuredଅନ୍ତର୍ଜାତୀୟଜାତୀୟଜୀବନଶୈଳୀମନୋରଞ୍ଜନ

କୋଟି କୋଟି ଟଙ୍କାର ମାଲିକ ହୋଇ ମଧ୍ୟ କେବେ ଦେଖେଇ ହୁଅନ୍ତି ନାହିଁ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଦୁନିଆରେ ସବୁ ଲୋକ ପଇସା କମେଇବା ଏବଂ ସଫଳତା ପାଇବାକୁ ଇଛା ରଖିଥାନ୍ତି । ଏଭଳି ଇଛା ରଖିବା ବି ଭୁଲ କଥା ନୁହେଁ । ହେଲେ ଆପଣମାନେ ଦେଖିଥିବେ ନିଶ୍ଚୟ କେହି ବ୍ୟକ୍ତି ଯଦି ସଫଳତାର ସିଡି ଚଢି ଯାଆନ୍ତି ତେବେ ସେ ଲୋକଙ୍କୁ ଦେଖେଇ ହେବା ଆରମ୍ଭ କରିଦିଅନ୍ତି । ସେମାନେ ନିଜକୁ ଶ୍ରେଷ୍ଠ ବୋଲି ଭାବିନିଅନ୍ତି । ଆଉ ଶୋ ଅପ କରିବା ଆରମ୍ଭ କରିଦିଅନ୍ତି । ହେଲେ ଆପଣ ଜାଣିଛନ୍ତି କି ଏମିତି ଅନେକ ସଫଳ ବ୍ୟକ୍ତି ଅଛନ୍ତି ଯେଉଁମାନେ କେବେ ବି ନିଜର ସଫଳତା ଏବଂ ପାୱାର ଶୋ ଅପ କରନ୍ତି ନାହିଁ । ଦୁନିଆରେ ନେମ ଫେମ ଥାଇ ମଧ୍ୟ ଜଣେ ସାଧାରଣ ନାଗରିକ ଭାବେ ଜୀବନ ବିତାନ୍ତି । ଆଉ ତାଙ୍କର ଏଭଳି ପର୍ସନାଲିଟି ହିଁ ତାଙ୍କୁ ଦୁନିଆରେ ଆଉ ଏକ ପରିଚୟ ଦିଏ । ତେବେ ଆସନ୍ତୁ ଆଜିର ଏହି ଭିଡିଓରେ ସେହି ବ୍ୟକ୍ତିଙ୍କ ବିଷୟରେ ଜାଣିବା ଯେଉଁମାନେ କେବେ ନିଜର ପର୍ସନାଲିଟି ଦେଖେଇ ହେବାକୁ ପସନ୍ଦ କରନ୍ତି ନାହିଁ ।

ବଲିଉଡର ଖିଲାଡି ନାଁରେ ଫେମସ ଅକ୍ଷୟ କୁମାରଙ୍କୁ କିଏ ବା ନଜାଣେ । ବଲିଉଡର ସବୁଠୁ ସଫଳ ଅଭିନେତାଙ୍କ ମଧ୍ୟରେ ସେ ଜଣେ । ଅକ୍ଷୟଙ୍କୁ ବଲିଉଡରେ ଆସିବା ୩୨ ବର୍ଷରୁ ବି ଅଧିକ ସମୟ ହେଇଗଲାଣି । ଆଉ ସେ ୧୪୫ରୁ ଅଧିକ ସିନେମା ମଧ୍ୟ କରିସାରିଲେଣି । ଏହା ସହ ଦମଦାର ଆକ୍ଟିଙ୍ଗ ପାଇଁ ବହୁ ବଡ ବଡ ପୁରଷ୍କାର ମାଧ୍ୟ ନିଜ ନାଁରେ କରିସାରିଛନ୍ତି । ହେଲେ ନିଜ ଜୀବନ ଏବଂ କ୍ୟାରିୟରରେ ଏତେ ସଫଳତା ପାଇଥିଲେ ମଧ୍ୟ ନିଜର ସାଧାରଣ ଜୀବନ ଯାପନ ପାଇଁ ସେ ସବୁବେଳେ ପ୍ରଶଂସାର ପାତ୍ର ହୋଇ ରହିଥାନ୍ତି । ସେ କେବେ ବି ନିଜ ପର୍ସନାଲିଟିର ଶୋ ଅପ କରନ୍ତି ନାହିଁ। ଯଦି ଦେଖିବା ଅକ୍ଷୟ ଫିଲ୍ମକୁ ଆସିବା ଆଗରୁ ବ୍ୟଙ୍କକଂର ଏକ ରେଷ୍ଟୁରାଣ୍ଟରେ ୱେଟର ଭାବେ କାମ କରିଥିଲେ । ଏମିତି ସେ ନିଜର ପୋଟଫୁଲିଓ ସୁଟ କରିବା ପାଇଁ ସେ ଜଣେ କ୍ୟାମେରାମ୍ୟାଙ୍କ ପାଖରେ ଲାଇଟ ବଏ ଭାବେ କାମ ମଧ୍ୟ କରିଥିଲେ । ତାଙ୍କର ଏହି ସଂଘର୍ଷ ମୟ ଜୀବନକୁ ସେ ସବୁବେଳେ ମନେ ରଖିଛନ୍ତି । ଯେଉଁଥିପାଇଁ ସେ ଗରୀବ ଏବଂ ଅସହାୟ ଲୋକଙ୍କ ପାଇଁ ବଡ ବଡ ଦାନ କରନ୍ତି । ଯେଉଁଥିରୁ ଜଣା ପଡେ ସେ ଜଣେ ଭଲ ଅଭିନେତା ହେବା ସହ ଜଣେ ନିର୍ମଳ ହୃଦୟର ବ୍ୟକ୍ତି ମଧ୍ୟ ।

ଦୁନିଆର ସବୁଠୁ ଧନୀ ଏବଂ ସଫଳ ବ୍ୟକ୍ତି ହେଉଛନ୍ତି ବିଲ ଗେଟସ । ତାଙ୍କ ବିଷୟରେ ଆପଣ ଅନେକ କିଛି ଜାଣଇଥିବା । ହେଲେ ଆମେ କହିରଖୁଛୁ ଯେ ସେ ଜଣେ ଫେମସ ଆମେରିକାନ ବିଜନେସ ମ୍ୟାନ, ସଫ୍ଟୱେୟାର ଏବଂ ଇଣ୍ଟରନେଟ ଡେଭଲପର । ଏହା ସହ ଓି୍ୱଣ୍ଡୋଜ ଅପରେଟିଂ ସିଷ୍ଟମ ତିଆରି କରିଥିବା କମ୍ପାନୀ ମାଇକ୍ରୋସପ୍ଟର ପୂର୍ବତନ ଚେୟାରମ୍ୟାନ, ପୂର୍ବତନ ସିଇଓ, ପୂର୍ବତନ ପ୍ରେସିଡେଣ୍ଟ ଏବଂ କମ୍ବାନୀର କୋ ଫାଉଣ୍ଡର ମଧ୍ୟ । ବର୍ତ୍ତମାନ ସମୟରେ ତାଙ୍କର ଟେନ ୱାର୍ଥ ପାଖାପାକଇ ୧୦୪ ବିଲିୟନ ଡଲାର ହେବ । ଏବଂ ଦୁନିଆର ସବୁଠୁ ଧନୀ ତାଲିକାରେ ସେ ବର୍ତ୍ତମାନ ୬ ନମ୍ବର ସ୍ଥାନରେ ଅଛନ୍ତି । ହେଲେ ଏତେ ସଫଳତା ପାଇ ମଧ୍ୟ ତାଙ୍କର ଜୀବନ ଜାପନ ଶୈଳିକୁ ଦେଖି ଲୋକମାନେ ବିଶ୍ୱାସ କରିପାରନ୍ତି ନାହିଁ । କାରଣ ସେ ସାଦା ପୋଷାକ ପିନ୍ଧିବା ସହ ସାଧାରଣ ଲୋକଙ୍କ ଭଳି ଧାଡିରେ ଛିଡା ହୋଇ ବରର୍ଗର କିଣନ୍ତି । ଏବଂ ସମଙ୍କ ସହ ହସି ହସି କଥା ହେବା ଦର୍ଶେଇ ଦିଏ ଯେ ସେତେ ସାଧାରଣ ଜିବନ ଜାପନ କରନ୍ତି । ସେ ନିଜ ପଇସାକୁ ଖର୍ଚ୍ଚ କରିବା ପରିବର୍ତ୍ତେ ଲୋକଙ୍କ ପାଇଁ ଖର୍ଚ୍ଚ କରିବାକୁ ଅଧିକ ପସନ୍ଦ କରିଥାନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ବିଲି ମିରାଣ୍ଡା ଗେଟସ ଫାଉଣ୍ଡେସନ ମାଧ୍ୟମରେ ସେ ଲୋକମାନଙ୍କ ପାଇଁ ୩୬ ବିଲିୟନ ଡଲାରରୁ ବି ଅଧିକ ଟଙ୍କା ଲୋକଙ୍କ ସହାୟତା ପାଇଁ ଦାନ କରିଛନ୍ତି । ଏହିଥିରୁ ହିଁ ଏହା ଷ୍ପଷ୍ଟ ଜଣା ପଡୁଛି ଯେ ବିଲ ଗେଟସ ଜଣେ ସଫଳ ବ୍ୟକ୍ତି ହେବା ସହ ଜଣେ ଦୟାଳୁ ବ୍ୟକ୍ତି ମଧ୍ୟ ।

ସୁପର ଷ୍ଟାର ଅଫ ତେଲଗୁ ସିନେମା ଏବଂ ପ୍ରିନ୍ସ ଅଫ ଟଲିଉଡ ଭଳି ନାମରେ ଡକାଯାଉଥିବା ମହେଶ ବାବୁଙ୍କ ନାଁ ସାଉଥ ଫିଲ୍ମ ଇଷ୍ଟ୍ରିରେ ସବୁଠୁ ବଡ଼ ସୁପରଷ୍ଟାର ମାନଙ୍କ ମଧ୍ୟରେ ସ୍ଥାନ ପାଇଛି । ଗତ କିଛି ବର୍ଷ ମଧ୍ୟରେ ସାଉଥ ଇଣ୍ଡଷ୍ଟି ଯେଉଁଭଳି ଭାବେ ଆଗକୁ ଯାଇଛି ଏହାର ସବୁଠୁ ବଡ ଶ୍ରେୟ ମହେଶ ବାବୁଙ୍କ ଭଳି ଅଭିନେତାଙ୍କୁ ଦିଆଯାଇଛି । ସେ ନିଜ ଅଭିନୟ କ୍ୟାରିୟରରେ ପାଖାପାଖି ୨୫ଟି ତେଲଗୁ ସିନେମାରେ କାମ କରିଛନ୍ତି । ଏତେ କମ ଫିଲ୍ମରେ କାମ କରି ସେ ୮ଟି ନନ୍ଦି ଆୱାର୍ଡସ ଏବଂ ୫ଟି ଫିଲ୍ମଫେୟାର ଆୱାଡ ନିଜ ନାଁରେ କରିଛନ୍ତି । ଯେଉଁଥିରୁ ଜଣାପଡେ ଯେ ସେ କେତେ ଭଲ ଅଭିନେତା । ହେଲେ ସେ ଫିଲ୍ମ ଇଣ୍ଡଷ୍ଟିର ଏନ୍ୟ ଅଭିନେତାଙ୍କ ଠାରୁ ଏଥିପାଇଁ ଭିନ୍ନ ଯେ, ମହେସବାବୁ ନିଜ କ୍ୟାରିୟରରେ ଫିଲ୍ମ ଇଣ୍ଡଷ୍ଟିରେ ଏତେ କମ ସମୟ ମଧ୍ୟରେ ସଫଳତା ପାଇ ମଧ୍ୟ ସେ କେବେବି ନିଜକୁ ଶୋ ଅପ କରେଇନାହାନ୍ତି । ଏଥିପାଇଁ ତାଙ୍କୁ ସାଉଥ ଇଣ୍ଡିଆନ ଫିଲ୍ମ ଇଣ୍ଡଷ୍ଟ୍ରିରେ ମିସାଲ କୁହାଯାଏ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫିଲ୍ମରେ ଷ୍ଟାଇଲିଷ୍ଟ ଦେଖାଯାଉଥିବା ମଦେସ ବାବୁ ରିୟଲ ଲାଇଫରେ ସବୁବେଳେ ସିମ୍ପୁଲ ପୋଷାକ ପିନ୍ଧିଥାନ୍ତି । ସେ ବଡ ବଡ ଇଭେଣ୍ଟରେ ବି ଫ୍ୟାନ୍ସି କପଡା ଅପେକ୍ଷା ସାଧା ପୋଷାକ ପିନ୍ଧିଥିବା ନଜର ଅସନ୍ତି । କାରଣ ତାଙ୍କୁ ଦେଖେଇ ହେବା ଆଦୈବି ପସନ୍ଦ ନୁହେଁ । ଏହେ ସହ ତାଙ୍କ ଇନକମର ୩୦ ପ୍ରତିଶତ ଗରିବ ଲୋକଙ୍କ ପାଇଁ ଦାନ କରିଥାନ୍ତି । ଏହା ପ୍ରମାଣ ଦିଏ ଯେ ସେ ଜଣେ ଭଲ ଅଭିନେତା ସାଙ୍ଗକୁ ଭଲ ମଣିଷ ମଧ୍ୟ ।

ଦୁନିଆର ସବୁଠୁ ଚର୍ତ୍ତିତ ଏବଂ ସଫଳ ଫୁଟବଲର ହେୁଛନ୍ତି କ୍ରିଷ୍ଟିଆନୋ ରୋନାଲେ୍‌ଡା । ଦିର୍ଘ ୨୨ ବର୍ଷ ହେବ ଇଣ୍ଟରନେସନାଲ ଏବଂ କ୍ଲବ ଫୁଟବଲ ଖେଳିବାକୁ ନେଇ ରୋନାଲେଡାଙ୍କୁ ଇତିହାସର ସବୁଠୁ ମହାନ ଫୁଟବଲର ବୋଲି କୁହାଯାଏ । ରୋନାଲେଡା ଏମିତି ଜଣେ ଖେଳାଳି ଯାହାଙ୍କୁ ଲୋକମାନେ ଅଧିକ ଫଲୋ କରିଥାନ୍ତି । ହେଲେ ଦୁନିଆର ସବୁଠୁ ବଡ ଖେଳାଳି ହୋଇ ମଧ୍ୟ ସେ ଯେୁଁଭଳି ଜୀବନ ବିତାନ୍ତି ତାହା ସବୁବେଳେ ଚର୍ଚ୍ଚାରେ ରହିଥାଏ । ଆପଣ ଜାଣି ଅଶ୍ଚର୍ଯ୍ୟ ହେବେ ଯେ ସେ ନିୟମିତ ଭାବେ ନିଜର ରକ୍ତଦାନ କରିବା ସହ ବୋଲ ମ୍ୟାରୋ ବି ଦାନ କରିଥାନ୍ତି । ଯେଉଁଥିପାଇଁ ସେ ନିଜ ଶରାରରେ ଟାଟୁ କରିନାହାନ୍ତି । ରୋନାଲେଡା ଏଭଳି କୌଣସି ବିଜ୍ଞାପନ କରନ୍ତିନି ଯାହା ସ୍ୱାସ୍ଥ୍ୟ ପକ୍ଷେ ହାନୀକାରକ ହୋଇଥାଏ । ଏହା ସହ ସେ ଚାରିଏଟି ମାଧ୍ୟମରେ ସବୁବେଳେ ଲୋକଙ୍କ ସହଯୋଗ ପାଇଁ ।ଗକୁ ଆସିଥାନ୍ତି । ଏହିଥିରୁ ପ୍ରମାଣ ଯେ ରେନାଲ୍ଡୋ ମହାନ ଖେଳାଳୀ ହେବା ସହ ଜଣେ ଉତ୍ତମ ବ୍ୟକ୍ତି ମଧ୍ୟ ।

ବଲିଉଡର କିଙ୍ଗ ଖାନ ନାମରେ ଜଣାଶୁଣା ଶୁହାରୁଖ ଆଜିର ଦିନରେ ତାଙ୍କୁ ସବୁଠୁ ବଡ ସୁପରଷ୍ଟାର ଭାବେ ବିବେଚନା କରାଯାଏ । ଶାହାରୁଖ ବଲିଉଡରେ ତାଙ୍କର ୩୨ ବର୍ଷ ରୁ ଅଧିକ କ୍ୟରିୟରରେ ସେ ଅନେକ କିଛି ହାସଲ କରିଛନ୍ତି । ଯାହା କି ଅନ୍ୟ ଅଭିନେତା ମାନେ ହାସିଲ କରିବାକୁ ଇଚ୍ଛା ରଖିଥାନ୍ତି । ପୁରା ଦୁନିଆରେ ତାଙ୍କର କୋଟି କୋଟି ଫ୍ୟାନ ଫଲୋର୍ସ ଅଛନ୍ତି । ଏହି କାରଣରୁ ତାଙ୍କୁ ସବୁଠୁ ବଡ ମୁଭି ଷ୍ଟାରଙ୍କ ତାଲିକାରେ ଗଣାଯାଏ । ହେଲେ ଏତେ ସବୁ ହାସିଲ କରିବା ପରେ ମଧ୍ୟ ସେ କେବେ ବି ଶୋ ଅପ କରିନାହାନ୍ତି । ସେ ସବୁବେଳେ ସାଧାରଣ ଜନତା ଏବଂ ତାହଅକ ଫ୍ୟାନ୍ସଙ୍କ ପ୍ରତି ବିନମ୍ର ରହିଥାନ୍ତି । ଏହି କାରଣ ଯୋଗୁଁ ତାଙ୍କ ନାମ ନା କୌଣସି ଅଭିନେତ୍ରୀଙ୍କ ସହ ଯୋଡା ଯାଇଛି ନା ସେ ଅନ୍ୟ ଅଭିନେତାଙ୍କ ଭଳି ବଡ ବିବାଦରେ ଫସିଛନ୍ତି । ସେ ଅନେକ ସମୟରେ ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ଟଙ୍କା ଦାନ କରନ୍ତି ହେଲେ କେବେ ଦି ଦାନ ବିଷୟରେ କୈଣସି ତଥ୍ୟ ଦିଅନ୍ତି ନାହିଁ । କାରଣ ଶାହାରୁଖ ମାନନ୍ତି ଯେ ଦାନ ପୁଣ୍ୟ ଭଳି କାମ ବିନ ପବ୍ଲିସିଟିରେ ହିଁ କରାଯିବା ଉଚିତ ।

ମାର୍କ ରୁଟେ ଏମିତି ଜଣେ ପ୍ରଧାନମନ୍ତ୍ରୀ ତାଙ୍କର ସାଧାରଣ ଜୀବନ ଜାପନ ପାଇଁ ସେ ବେସ ଚର୍ଚ୍ଚାରେ ରହିଛନ୍ତି । ସେ ଏମିତି ଜଣେ ପ୍ରଧାନମନ୍ତ୍ରୀ ଯିଏକି ସବୁଦିନ ତାଙ୍କ କାର୍ଯ୍ୟାଳୟକୁ ସାଇକେଲରେ ଯିବା ଆସିବା କରନ୍ତି । ତେବେ ଆପଣଙ୍କୁ କହିରଖୁଛୁ ଯେ ସେ ହେଉଛନ୍ତି ଜଣେ ଡଚ୍ ନେତା ୨୦୧୦ରୁ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଅଛନ୍ତି । ଯଦି ଦେଖିବା ଏବେକାର ଛୋଟ ଛୋଟ ନେତା ସେମାନଙ୍କ ସହ ଗାଡିର ପଟୁଆରରେ ଯାଉଥିବା ବେଳେ ସେଠି କିନ୍ତୁ ମାର୍କ ରୁଟେ ଜଣେ ପ୍ରଧାନମନ୍ତ୍ରୀ ହୋଇ ସବୁବେଳେ କାର୍ଯ୍ୟାଳୟକୁ ସାଇକେଲରେ ଯିବା ଆସିବା କରିଥାନ୍ତି । ଏହା ବ୍ୟତିତ ସେ ସପ୍ତାହର ଗୋଟିଏ ହିନ ସ୍କୁଲକ ଯାଇ ପିଲାଙ୍କୁ ପାଠ କଢେଇଥାନ୍ତି । ତାଏହି ସ୍ୱାଭାବ ପାଇଁ ଆଜି ସେ ପୁରା ଦୁନିଆରେ ସିମ୍ପିଲିସିଟିର ଏକ ମିସାଇଲ ଭାବେ ବିବେଚନା କରାଯାଏ ।

 

Related Articles

Back to top button
WP Twitter Auto Publish Powered By : XYZScripts.com