ଜାତୀୟ

ହିଜାବ ବିବାଦକୁ ନେଇ ମୁହଁ ଖୋଲିଲେ ମଲାଲା, କହିଲେ ମୁସଲିମ ମହିଳାଙ୍କୁ ସୁରକ୍ଷା ପ୍ରତି ପଦକ୍ଷେପ ନିଅ

ନୂଆଦିଲ୍ଲୀ() କର୍ଣ୍ଣାଟକରେ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ଗୋଟିଏ ପରେ କଲେଜକୁ ଡେଇଁବାରେ ଲାଗିଛି । ହିଜାବ ପିନ୍ଧିଥିବାରୁ ମୁସଲିମ ଝିଅମାନଙ୍କୁ କଲେଜ କ୍ୟାମ୍ପସ କିମ୍ବା କ୍ଲାସରେ ବସିବାକୁ ଅନୁମତି ମିଳୁନାହିଁ । ଯାହାକୁ ନେଇ ସାରା ଦେଶରେ ଦେଖାଦେଇଛି ତୀବ୍ର ବିବାଦ । ହିଜାବକୁ ବିରୋଧ କରି କିଛି ଶିକ୍ଷାର୍ଥୀ ଗେରୁଆ ସ୍କାର୍ଫ ମଧ୍ୟ ପିନ୍ଧି କଲେଜ ଆସୁଛନ୍ତି ।

ଦୁଇ ଦିନ ହେଲା ଲାଗିରହିଥିବା ବିବାଦ ମଧ୍ୟରେ କର୍ଣ୍ଣାଟକ ସରକାର ସମସ୍ତ ସ୍କୁଲକୁ ୩ ଦିନ ପାଇଁ ବନ୍ଦ ମଧ୍ୟ ଘୋଷଣା କରିଛନ୍ତି । ଏସବୁ ଭିତରେ ଝିଅମାନଙ୍କ ଶିକ୍ଷା ଅଧିକାର ଦିଗରେ ଲଢ଼େଇ କରୁଥିବା ନୋବେଲ ବିଜୟିନୀ ମଲାଲା ୟୁସୁଫଜାଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଝିଅମାନଙ୍କୁ ସେମାନଙ୍କ ହିଜାବରେ ସ୍କୁଲ ଯିବାକୁ ଅନୁମତି ନ ଦେବା ଅତ୍ୟନ୍ତ ଭୟଙ୍କର ଘଟଣା ବୋଲି ସେ କହିଛନ୍ତି ।

ମଲାଲା ଟ୍ୱିଟ କରି କହିଛନ୍ତି, “ପାଠପଢ଼ା ଓ ହିଜାବ ମଧ୍ୟରୁ ଗୋଟିଏକୁ ବାଛିବା ପାଇଁ କଲେଜ ବାଧ୍ୟ କରୁଛି । ହିଜାବ ପିନ୍ଧି ଝିଅମାନଙ୍କୁ ସ୍କୁଲ ଯିବାକୁ ବାରଣ କରିବା ଅତ୍ୟନ୍ତ ଭୟଙ୍କର ଘଟଣା । ମହିଳାମାନଙ୍କ କମ ଓ ଅଧିକ ପୋଷାକ ପରିଧାନକୁ ନେଇ ଏବେ ବି ଆପତ୍ତି ଉଠୁଛି । ଭାରତର ନେତାମାନେ ମୁସଲିମ ମହିଳାଙ୍କ ପ୍ରତି ହେଉଥିବା ଏପରି ଉପେକ୍ଷାକୁ ବନ୍ଦ କରିବାକୁ ପଦକ୍ଷେପ ନିଅନ୍ତୁ ।”

Related Articles

Back to top button
WP Twitter Auto Publish Powered By : XYZScripts.com