ଓଡ଼ିଶା

ଏଣିକି ରାତିରେ ସଫା ହେବ ଅଳିଆ

ଭୁବନେଶ୍ୱର, ୨୦/୦୭/୨୦୨୨- ଭୁବନେଶ୍ୱରରେ ହେବ ରାତ୍ରି ସଫେଇ । ଘରକୁ ଘର ବୁଲି ଅଳିଆ ସଂଗ୍ରହ କରିବେ ସଫେଇ କର୍ମୀ । ସକାଳ ହେବା ପୂର୍ବରୁ ସହରକୁ ଚକାଚକ କରାଯିବ । ଗଞ୍ଜାମ ବହ୍ମପୁର ସହର ଢାଞ୍ଚାରେ ସଂଧ୍ୟା ୭ଟାରୁ ରାତି ୧ଟା ଯାଏ ସହରର ଗଳି କନ୍ଦିରୁ ନେଇ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ସଫେଇ ଚାଲିବ । ଏହି ଢାଞ୍ଚାକୁ ଭୁବନେଶ୍ୱରରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି । ୟୁନିଟ୍-୧ ହାଟର ୪୦ ନମ୍ବର ୱାର୍ଡରୁ ଏହାକୁ ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟ ଆରମ୍ଭ ହୋଇଛି । ସଫେଇକର୍ମୀମାନେ ଯେମିତି ସକାଳେ ଘର ଘର ବୁଲି ଅଳିଆ ସଂଗ୍ରହ କରୁଛନ୍ତି ସେମିତି ରାତିରେ କରିବେ । ହେଲେ ଏହି ନୂଆ ବ୍ୟବସ୍ଥାକୁ ନେଇ ମହିଳା ସଫେଇ କର୍ମୀ ବିପଦ ଆଶଙ୍କା କରିଛନ୍ତି । ସେମାନଙ୍କ ଅଭିଯୋଗ ଦିନରେ ଲୋକଙ୍କ ଠାରୁ ଲୁଟ ହେଉଛି । ରାତିରେ ସହରର ଗଳିକନ୍ଦି ବୁଲି ସଫା କରିବା ସମୟରେ ସେମାନଙ୍କୁ ସୁରକ୍ଷା ଦେବ କିଏ ? ରାତି ଗୋଟାଏରେ ସୁରକ୍ଷିତ କେମିତି ଘରକୁ ଫେରିବୁ ବୋଲି ପ୍ରଶ୍ନ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ସଫେଇ ମଜଦୁର ସଂଘର ସଭାପତି ସହଦେବ ନାୟକ କହିଛନ୍ତି, ଆମ ସହ ଆଦୌ ଆଲୋଚନା ନକରି ଏଭଳି ବ୍ୟବସ୍ଥା କରାଯାଉଛି । ଅନେକ ସମୟ କର୍ମଚାରୀ ଦୂର ସ୍ଥାନରୁ ଭୁବନେଶ୍ୱର ଆସୁଛନ୍ତି । ତେଣୁ ସମସ୍ତେ ଅସୁବିଧାରେ ପଡ଼ିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com