ଓଡ଼ିଶା

୨୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଜଳେଶ୍ବରରୁ ୨୬୦ ଗ୍ରାମ୍ ବ୍ରାଉନ ସୁଗାର ଜବତ କରାଯାଇଥିବାର ଖବର ମିଳିଛି। ଏହି ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି।
ଗୁପ୍ତଚରଙ୍କ ସୂଚନା ଆଧାରରେ ଭୋଗରାଇ ପୁଲିସ ଓ ଅବକାରୀ ବିଭାଗ ଦ୍ବାରା ବାଲେଶ୍ବର ଜିଲ୍ଲାର ଜଳେଶ୍ବରର କମର୍ଦ୍ଦା ରୋଡରେ ଚଢାଉ କରାଯାଇଥିଲା। ସେଠାରେ ଡିଲ୍ ଚାଲିଥିବା ବେଳେ ୨୬୦ ଗ୍ରାମ୍ ବ୍ରାଉନ ସୁଗାର ଜବତ କରାଯାଇଥିଲା। ଘଟଣାସ୍ଥଳରୁ ଦେବେନ୍ଦ୍ର କୁମାର ବେହେରା(୫୫) ନାମକ ଜଣେ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରାଯାଇଥିଲା। ଆଜି ସକାଳ ୬ଟା ୨୦ ମିନିଟରେ ଏହି ଘଟଣା ଘଟିଥିବା ଜଣାଯାଇଛି। ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ଏବଂ ଏନେଇ ଅଧିକ ତଦନ୍ତ ଚାଲିବ ବୋଲି ଜଣାଯାଇଛି।

ଜବତ ବ୍ରାଉନ ସୁଗାରର ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ୨୦୨୦ ମସିହାରୁ ଏଯାବତ୍ ୩୮ କିଲୋଗ୍ରାମ୍ ରୁ ଅଧିକ ପରିମାଣର ବ୍ରାଉନ ସୁଗାର ଜବତ କରାଯାଇଥିବାର ସୂଚନା ମିଳିଛି

Related Articles

Back to top button
WP Twitter Auto Publish Powered By : XYZScripts.com