ଓଡ଼ିଶା

ବାରିପଦାରେ ନିର୍ବାଚନ ପରବର୍ତ୍ତୀ ହିଂସା : ବୁଲିଲା ଖଣ୍ଡା, ୩ ଗୁରୁତର

ବାରିପଦା() ନିର୍ବାଚନ ସରିଛି । କିନ୍ତୁ ଥମୁନି ହିଂସା । ଶନିବାର ବିଳମ୍ବିତ ରାତିରେ ବାରିପଦା ଟାଉନ ଥାନା ଅଧୀନ ୨୦ନଂ ଓ୍ବାର୍ଡ ଶୂନଗଡିଆ ଆଞ୍ଚଳରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଦୁଇ ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବା ସହ ଖଣ୍ଡା ମଧ୍ୟ ବୁଲିଛି । ଯେଉଁଥିରେ ୩ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ବାରିପଦା ପିଆରଏମ୍ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ତେବେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ନିର୍ବାଚନ ବେଳେ ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଗଣ୍ଡଗୋଳ ଆରମ୍ଭ ହୋଇଥିଲା ।  ଯାହା ଧିରେ ଧିରେ ଘନେଇବା ସହ ଉଗ୍ରରୂପ ଧାରଣ କରିଥିଲା । ଏପରିକି ଗୋଟିଏ ଦଳର କର୍ମୀ ଅପର ପକ୍ଷଙ୍କୁ ଖଣ୍ଡାରେ ଆକ୍ରମଣ ମଧ୍ୟ କରିଥିଲେ । ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନେ ହେଲେ ସେହି ମିଥୁନ ମୁଖୀ(୩୫), ବାଙ୍ଗରୁ ମୁଖୀ ଓ ଚାନ୍ଦୁଆ ଥାନା ଅଞ୍ଚଳର ସମୀର କୁମାର ଦାସ ମହାପାତ୍ର(୩୭)

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଦୁଇ ପକ୍ଷରୁ ବାରିପଦା ଟାଉନ ଥାନାରେ ଏତଲା ହୋଇଥିଲେ ମଧ୍ୟ କାହାରିକୁ  ଗିରଫ କରାଯାଇ ନାହିଁ। ଉଭୟ ପକ୍ଷର ସମର୍ଥକମାନଙ୍କୁ ଟାଉନ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com