ଅନ୍ତର୍ଜାତୀୟଜାତୀୟ

ଆଫଗାନିସ୍ତାନର ମସ୍‌ଜିଦ୍‌ରେ ଭୟଙ୍କର ବିସ୍ଫୋରଣ; ୫ ମୃତ, ୬୫ ଆହତ

ନୂଆଦିଲ୍ଲୀ() ଆଫଗାନିସ୍ତାନରେ ପୁଣି ବିସ୍ଫୋରଣ। ମସ୍‌ଜିଦ୍‌ରେ ପଡ଼ିଲା ବୋମା। ଚାଲିଗଲା ୫ ଜୀବନ। ଆଫଗାନିସ୍ତାନ ମଜାର-ଇ-ସରିଫରେ ଏହି ବିସ୍ଫୋରଣ ହୋଇଛି। ଏନେଇ ଆଫଗାନୀ ମିଡିଆ ଟୋଲୋ ନ୍ୟୁଜ୍‌ରେ ଖବର ପ୍ରକାଶ ପାଇଛି। ଏହି ବିସ୍ଫୋରଣରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୫ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି।

ଆହତମାନଙ୍କୁ ଅବୁ ଅଲ୍ଲୀ ସିନା-ଏ ବଲ୍‌ଖୀ ଜିଲ୍ଲା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କିଛିଦିନ ତଳେ ଆଫଗାନିସ୍ତାନର ଏକ ସ୍କୁଲ୍‌ରେ ବିସ୍ଫୋରଣ ହୋଇଥିଲା। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୧୨ରୁ ଅଧିକ ଲୋକ ଆହତ ହୋଇଥିଲେ। ଆଫ୍‌ଗାନ୍‌ ସିଆ ସମ୍ପ୍ରଦାୟର ଏକ ପୁରୁଣ ଅଧିବାସୀଙ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିଲା ବୋଲି ମିଡିଆରେ ଖବର ପ୍ରକାଶ ପାଇଥିଲା।

ଟୋଲୋ ନ୍ୟୁଜ୍ ଅନୁସାରେ, ଗୁରୁବାର ୩ଟି ଅଲଗା ଅଲଗା ସ୍ଥାନରେ ବ୍ଲାଷ୍ଟ ହୋଇଛି। ସେଥିମଧ୍ୟରୁ ଗୋଟିଏ କାବୁଲ୍‌ରେ ହୋଇଥିବା ବେଳେ ଅନ୍ୟଟି ବଲ୍‌ଖା ଅଞ୍ଚଳର ମଜାର୍-ଏ ଶରିଫ୍ ଏବଂ ତୃତୀୟଟି କୁନ୍ଦୁଜ ଅଞ୍ଚଳର କୁନ୍ଦୁଜ୍ ସହରରେ ହୋଇଛି।

ଆହତ ହୋଇଛନ୍ତି ବୋଲି ଆଫଗାନିସ୍ତାନ ଅନ୍ତରୀଣ ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ବଲ୍କର ମଜାର ଏ ସରିଫର ଶେଖ ଦୋକାନରେ ଥିବା ଏକ ମସ୍‌ଜିଦ୍‌ରେ ଦ୍ୱିତୀୟ ବିସ୍ଫୋରଣ ହୋଇଛି। ଏଥିରେ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ।

Related Articles

Back to top button
WP Twitter Auto Publish Powered By : XYZScripts.com