ଜାତୀୟମନୋରଞ୍ଜନ

ପୁଣି ଚର୍ଚ୍ଚାରେ କଙ୍ଗନା: ଗଙ୍ଗୁବାଇ କାଠିଆୱାଡି ଫିଲ୍ମକୁ ନେଇ ପରୋକ୍ଷରେ ଆଲିଆଙ୍କୁ କଲେ ଟାର୍ଗେଟ

ମୁମ୍ବାଇ() ପୁଣି ଚର୍ଚ୍ଚାରେ ବଲିଉଡ୍  କଣ୍ଟ୍ରୋଭର୍ସି କୁଇନ୍ କଙ୍ଗନା ରଣାୱତ । ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି କଙ୍ଗନା । ଅନେକ ସମୟରେ ବଲିଉଡକୁ ମଧ୍ୟ ଟାର୍ଗେଟ କରନ୍ତି କଙ୍ଗନା । ଆଉ ବର୍ତମାନ ସେ ଟାର୍ଗେଟ କରିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ।

ଚଳଚ୍ଚିତ୍ର ଗଙ୍ଗୁବାଇ କାଠିଆୱାଡିଙ୍କୁ ନେଇ କରିଛନ୍ତି ଟାର୍ଗେଟ  । ହେଲେ ଏଥିରେ କଙ୍ଗନା ସିଧାସଳଖ ଆଲିଆଙ୍କ ନାଁ ନେଇନାହାନ୍ତି । କିନ୍ତୁ ତାଙ୍କ ପୋଷ୍ଟ ପଢିବା ପରେ ସ୍ପଷ୍ଟ ଭାବେ ଜଣାପଡୁଛି ସେ ଏଥିରେ କାହାକୁ କହିଛନ୍ତି  । ନିକଟରେ କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି  । ଯାହାକି ସେ ଆଲିଆଙ୍କ ଫିଲ୍ମ ଏବଂ ତାଙ୍କୁ ନେଇ ଟାର୍ଗେଟ କରିଛନ୍ତି ।

ପୋଷ୍ଟ ଶେୟାର କରି  କଙ୍ଗନା ଲେଖଛନ୍ତି , ଏହି ଶୁକ୍ରବାର ୨ଶହ କୋଟି ଟଙ୍କା ବକ୍ସ ଅଫିସରେ ବାରବାଦ ହେବାକୁ ଯାଉଛି  । ପାପାଙ୍କ କି ପ୍ୟାରି  ଯାହାର ବ୍ରଟିଶ ପାସପୋର୍ଟ ଅଛି, କାରଣ ପାପା ରମକମ ବିମ୍ବୋ ଅଭିନୟ କରିପାରନ୍ତି ବୋଲି ପ୍ରମାଣ କରିବାକୁ ଚାହୁଁଛନ୍ତି  । ଏହି ଚଳଚ୍ଚିତ୍ରର ସବୁଠାରୁ ବଡ ଅସୁବିଧା ହେଉଛି ଫିଲ୍ମରେ କାଷ୍ଟିଂ କାଉଚ । ତେବେ ବର୍ତ୍ତମାନ ଯଦି ଓ କଙ୍ଗନା ଏହି ପୁରା ପୋଷ୍ଟରେ କାହାର ନାମ ରଖି  ନାହାଁନ୍ତି କିନ୍ତୁ ସମସ୍ତଙ୍କୁ ଜଣା ଯେ ଏହି ସପ୍ତାହରେ ରିଲିଜ୍ ହେବାକୁ ଥିବା ବଡ଼ ଫିଲ୍ମ ହେଉଛି ଆଲିଆ ଭଟ୍ଟଙ୍କ ଫିଲ୍ମ ଗାଙ୍ଗୁବାଇ କାଠିଆୱାଡି । ଯାହା ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ।

Related Articles

Back to top button
WP Twitter Auto Publish Powered By : XYZScripts.com