ଅନ୍ତର୍ଜାତୀୟଜାତୀୟ

ପ୍ଲାଟିନମ୍‌ ଜୁବଲି ପାଇଁ ମହାରାଣୀ ଏଲିଜାବେଥ୍‌ଙ୍କୁ ମିଳିଲା ସ୍ପେଶାଲ ବାର୍ବି ଡଲ୍‌

ନୂଆଦିଲ୍ଲୀ() ବ୍ରିଟେନର ରାଣୀ ଏଲିଜାବେଥଙ୍କୁ ଚଳିତ ବର୍ଷ ପ୍ଲାଟିନମ୍ ଜୟନ୍ତୀ ଅବସରରେ ତାଙ୍କ ପରି ଏକ ବାର୍ବି ଡଲ୍ ପ୍ରସ୍ତୁତ କରାଯାଇଛି । ଯାହା ଫଳରେ ସେହି ବାର୍ବି ଡଲ୍‌ ସହିତ ରାଣୀ ଏଲିଜାବେଥଙ୍କୁ ସମ୍ମାନିତ କରାଯାଇଛି । ଖେଳନା ତଥା ଟୟ ନିର୍ମାତା ମ୍ୟାଟେଲ ଗୁରୁବାର ଦିନ କହିଛନ୍ତି କି ଏହା ଏକ ଶ୍ରଦ୍ଧାଞ୍ଜଳି ସଂଗ୍ରହ ବାର୍ବି ଡଲ୍ ସହିତ ସିଂହାସନରେ ରାଜତନ୍ତ୍ରର ୭୦ ବର୍ଷ ପାଳନ କରୁଛୁ । ଲଘୁ ପଦକ ଓ ରିବନ୍‌ରେ ସୁଜ୍ଜିତ ହୋଇଥିବା ନୀଳ ରଙ୍ଗର ସ୍ୟାସ୍‌ ସହ ସୁନ୍ଦର ଧଳା ରଙ୍ଗର ଗାଉନ୍‌ରେ ଏଲିଜାବେଥ୍‌ଙ୍କୁ ସେହି ଡଲ୍‌ ଦେଖିବାକୁ ମିଳିଛି । ଯାହାକୁ ଦେଖିଲେ ମନେ ହେଉଛି କି ଯେପରି ଏଲିଜାବେଥ୍‌ ନିଜର ବିବାହରେ ପିନ୍ଧିଥିଲେ।

ଗୁରୁବାର ଦିନ ୯୬ ବର୍ଷ ବୟସ ହୋଇଥିବା ଏଲିଜାବେଥ ଫେବୃଆରୀ ୬, ୧୯୫୨ରେ ତାଙ୍କ ପିତା ରାଜା ଜର୍ଜଙ୍କ ମୃତ୍ୟୁରେ ସିଂହାସନ ଆରୋହଣ କରିଥିଲେ। ଯାହା ପରେ ସେ ବ୍ରିଟିଶ ଇତିହାସର ସବୁଠୁ ଦୀର୍ଘତମ ଶାସକ ହୋଇଥିବା ସମ୍ରାଟ୍‌ ଭାବେ ବିବେଚିତ। ଜୁନ୍ ଆରମ୍ଭରୁ ଅଧିକାରିକ ରୂପରେ ପ୍ଲାଟିନମ୍ ଜୟନ୍ତୀ ଉତ୍ସବ ପୂର୍ବରୁ ଏହି କଣ୍ଢେଇକୁ ଲଣ୍ଡନ ଷ୍ଟୋରରେ ହେରୋଡସ୍, ସେଲଫ୍ରିଜ୍ ଏବଂ ହେମଲିଜ୍‌ରେ ବ୍ରିକ୍ରି କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com